ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ନରେନ୍ଦ୍ରପୁର ଗ୍ରାମପଂଚାୟତ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ଦିଲ୍ଲୀପ ରାୟଙ୍କ ମୃତ୍ୟୁବରଣ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ଆଜି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସ୍ୱର୍ଗତ ଦିଲ୍ଲୀପ ରାୟଙ୍କ ବାସଭବନରେ ପହଂଚି ଗଭୀର ଶୋକବ୍ୟକ୍ତ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ସ୍ୱର୍ଗତ ରାୟଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବିଧାୟକ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଅଧ୍ୟକ୍ଷ ରୋଜି ସେଠୀ, ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର ପ୍ରମୁଖ ଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ହୋଇ ଗଭୀର ଶୋକବ୍ୟକ୍ତ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.