ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧିନରେ ରହିଥିବା ଜମରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଭଗବାନ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଜମରା ଗ୍ରାମପଂଚାୟତ ସରପଂଚ ଶ୍ରୀମତୀ ବନ୍ଦନାମୟୀ ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ବିଆରସିସି ଲକ୍ଷ୍ମଣ କୁମାର ଲେଙ୍କା, ସମ୍ମାନିତ ଅତିଥି ଭାବେ ସିଆରସିସି ପ୍ରଭାତ କୁମାର ବେହେରା, ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ, ସମାଜସେବୀ ଆଶୁତୋଷ ତ୍ରିପାଠୀ, ଶିକ୍ଷକ ରଜନୀକାନ୍ତ ନନ୍ଦ, କମିଟି ଅଧ୍ୟକ୍ଷ ନରହରି ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ଅବସର ପ୍ରାପ୍ତ ଶିକ୍ଷକ ଭଗବାନ ସାହୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ବିରଂଚି ନାରାୟଣ ପାଣି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ଶେଷରେ ରିୟାକୁଦିନ୍ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଶିକ୍ଷକ ଆରତି ସାହୁ, ତ୍ରିଲୋଚନ ସ୍ୱାଇଁ, ପଂଚାନନ ସାହୁ, ଦେବେନ୍ଦ୍ର ସାମନ୍ତରାୟ, ଅକ୍ଷୟ ଜେନା, ରଞ୍ଜିତା ନାଥ ଶର୍ମା, ମନୋରମା ନନ୍ଦ, ମାମାନୀ ମହାରଣା ଙ୍କ ସମେତ ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସମସ୍ତ ସଭ୍ୟମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ବିଦ୍ୟାଳୟର କର୍ମଚାରମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post