ବରଗଡ଼- ଗୁରୁବାର ଦିନ ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ବରଗଡ଼ ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କପିଳେଶ୍ବର ରଥ, ଶ୍ରୀମତୀ ଲଜିତା ପ୍ରଧାନ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାସ ଶର୍ମା ଓ ଜର୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଡୋଲାମଣି ଶତପଥୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଚାରକ ଭାବେ ଘେଁସ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହା ଓ ହିନ୍ଦୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ କୁମାର ଗୁପ୍ତା ନିରପେକ୍ଷ ବିଚାର କରିଥିଲେ। ଏହି ପ୍ରତିଯୋଗିତାରେ ବ୍ଲକର ୭ଟି ବିଦ୍ୟାଳୟ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ସରକାରୀ ଉଚ୍ଚ ବିଦ୍ୟାଳୟ, ସରସରା , ଦ୍ୱିତୀୟ ସ୍ଥାନରେ ଜର୍ଜ ଉଚ୍ଚ ବିଦ୍ୟାଳୟ, ବରଗଡ଼ ଓ ତୃତୀୟ ସ୍ଥାନ ଅଧିକାର କଲେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଶ୍ରୀହରିନଗର । ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମଟି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଲଜିତା ପ୍ରଧାନ ମହାଶୟା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.