ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ , ଗଜପତି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହଯୋଗରେ ପାରଳାଖେମୁଣ୍ଡି ଜଳବିଭାଜିକା ସଭାଗୃହରେ ମାତୃପିତୃହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଓ ଥଇଥାନ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନ ସଭାପତି , ସମ୍ପାଦକ ଏବଂ ପରିଚାଳକ ସଦସ୍ୟ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଶିଶୁ ଯତ୍ନ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ଶିଶୁ କିପରି ଗୋଟିଏ ପରିବାର ପାଇବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ।
ପ୍ରଶିକ୍ଷକ ଭାବେ କଟକରୁ ଆସିଥିବା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଲଟାସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁଟି କିପରି ପରିବାର ପାଇବ ସେଥିପାଇଁ ଥିବା ଯୋଜନା ଯଥା ପୃଷ୍ଠପୋଷାକତା , ପ୍ରତି ପାଳନ ଯତ୍ନ , ପୋଷ୍ୟସନ୍ତାନ ଏବଂ ପରବର୍ତ୍ତୀ ଯତ୍ନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଶିଶୁଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ କ’ଣ ଦାୟିତ୍ୱ ଏଥିପ୍ରତି ଅଛି , ତାହାରି ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଶିଶୁଟି ପରିବାରକୁ ଗଲାପରେ ପରିବାର ସଦସ୍ୟ ମାନେ କିପରି ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବେ , ସେଥିପାଇଁ ଶିଶୁ ସୁରକ୍ଷା ଯୋଜନାର ସମସ୍ତ କର୍ମକର୍ତ୍ତା କିପରି ଯତ୍ନବାନ ହେବେ ତାହାରି ଉପରେ ଗୁରୁତ୍ବାରୋପ କରିଥିଲେ।
ଇ-ଶିକ୍ଷାର ସଂଯୋଜକ ଶ୍ରୀ ମାନସ ନାୟକ ଉପସ୍ଥିତ ରହି ଶିଶୁଯତ୍ନ ଅନୁଷ୍ଠାନକୁ ପ୍ରଦାନ କରାଯାଉଥିବା କମ୍ପୁଟର ଟାବଲେଟ୍ ର ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.