ନବରଙ୍ଗପୁରରୁ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ: ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆଜି କଲେଜ ପରିସର ମଧ୍ୟରେ ଏକ ନୂତନ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଆଜି ଅପରାହ୍ନରେ କଲେଜ ଗଭର୍ଣିଂ ବଡ଼ି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷକ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, କନିଷ୍ଠ ଯନ୍ତ୍ରୀ ପଣ୍ଡା , କଲେଜ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ଆଲୁମିନା ଏସୋସିଏସନ ଆବାହକ ତଥା ଅଧ୍ୟକ୍ଷ ଗଣେଷ ଦାସ, ସହ ଆବାହକ ସଙ୍ଗୀତା ତ୍ରିପାଠୀ, ଉପସଭାପତି ପ୍ରଭାକର ପାତ୍ର, ସହ ସଂପାଦକ ଦେବଦାସ ମହଙ୍କୁଡ, ଆଇନ ପରାମର୍ଶଦାତା, ରାମ ପ୍ରସାଦ ପାତ୍ର, ସମରେଶ ଗନ୍ତାୟତ, ସଭ୍ୟ କିଶୋର ପଟ୍ଟନାୟକ, ଶିବ ଶଙ୍କର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବାଙ୍କ ବିହାରୀ ବିଷୋୟୀ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ତ୍ରିପତି ବାଲାଜୀ ସାହୁ, ଅଧ୍ୟାପକ ଦିଲ୍ଲୀପ ହୋତାଙ୍କ ସମେତ କଲେଜ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହି ସ୍ଥାନ ନିରୂପଣ କରିଥିଲେ। କଲେଜ ଅଧ୍ୟକ୍ଷ ଙ୍କ କାର୍ଯ୍ୟଳୟ ନିକଟରେ ଥିବା ଖାଲି ସ୍ଥାନରେ ଏକ ୧୫୦୦ ବର୍ଗଫୁଟ ପରିମିତ ଓ ସାଢେ଼ ତିନି ଫୁଟ ଉଚ୍ଚର ଏକ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ କରିବାକୁ ସ୍ଥାନ ନିରୂପଣ କରାଯାଇଛି।
ଏହା ପୂର୍ବରୁ ଆଜି ମିଶନ ଶକ୍ତି ସଭା ଗୃହ ଠାରେ ଆଲୁମନି କମିଟିର ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ଉପଦେଷ୍ଟା ମାନେ ଯଥା ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି , ଜିଲ୍ଲାପରିଷଦ ଅଧକ୍ଷ ମୋତିରମ ନାୟକ , ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ , କଲେଜ ଗଭର୍ଣିଂ ବଡ଼ି ସଭାପତି ଭାସ୍କର ରଇତ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ , ଆଲୁମିନା କମିଟି କାର୍ଯ୍ୟକାରୀ ସଦସ୍ୟ ସଦସ୍ୟା ଯୋଗ ଦେଇ ଉତ୍ସବ ସମ୍ପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଆଗାମୀ ସେପ୍ଟେମ୍ବର ୧୧ ତାରିଖ ପରେ ଏକ ଉଦଘାଟନୀ ମଶାଲ ଶୋଭାଯାତ୍ରା ଆୟୋଜନ କରିବା ପାଇଁ ଓ ମୁଖ୍ୟ ଉତ୍ସବ ଆସନ୍ତା ଡିସେମ୍ବର ୧୬, ୧୭ ଓ ୧୮ ତାରିଖରେ ଆୟୋଜନ କରିବା ପାଇଁ ସ୍ଥିରକୃତ ହୋଇଥିଲା । ଏହି କାର୍ଯ୍ୟକ୍ରମଗୁଡିକ ପାଇଁ ବର୍ତ୍ତମାନ ଠାରୁ ବିଭିନ୍ନ ଅତିଥି ମାନଙ୍କୁ ଯୋଗାଯୋଗ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଅତିଥି ମାନଙ୍କ ସ୍ବୀକୃତି ପ୍ରଦାନ ପରେ ତାରିଖ ଚୁଡାନ୍ତ କରାଯିବ ବୋଲି ଆବାହକ ଗଣେଶ ଦାଶ ସୂଚନା ଦେବା ସହ କମିଟିର ପଞ୍ଜୀକରଣ ହୋଇ ସାରିଥିବା ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.