ବିଧାୟକ ପ୍ରଦୀପ ପୁରୋହିତଙ୍କୁ  ବିପୁଳ  ସ୍ୱାଗତ ସମ୍ବର୍ଧନା 

0

 ବରଗଡ/ଗୌରାଙ୍ଗ ଚରଣ ଦାଶ  :- ପଦ୍ମପୁର ନିର୍ବାଚନ ମଣ୍ଡଳୀର  ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଙ୍କୁ 2016 ପାଇଁ ଶ୍ରେଷ୍ଠ ବିଧାୟକ ଭାବରେ ଗତ 24,08,2018 ତାରିଖ ଦିନ ବିଧାନସଭା ରେ ରାଜ୍ୟର  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବିଧାନସଭା ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ ଙ୍କର ଦ୍ୱାରା ଉତ୍କଳମଣି ଗୋପବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯିବା କେବଳ ବିଧାୟକ ଶ୍ରୀ ପୁରୋହିତ ଙ୍କ ପାଇଁ ଗର୍ବର କଥା ତାହାନୁହେଁ ବରଂ ଏହି ସମ୍ମାନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଓ ସାରା ବରଗଡ ଜିଲ୍ଲା ପାଇଁ ଗୌରବ । ପ୍ରଥମ ଥର ପାଇଁ ପଦ୍ମପୁର ର କୋଣସି ବିଧାୟକ ଙ୍କୁ ଏହିଭଳି ସମ୍ମାନ ପ୍ରଦାନ କରାଯାଇଥିବାରୁ ଅଂଚଳରେ ଖୁସି ର ବାତାବରଣ ସୃଷ୍ଟି ହେଇଛି। 

            ମାନ୍ୟବର ବିଧାୟକ ସମ୍ମାନିତ ହେବାପରେ ଆଜି ପାଇକମାଲ ପହଂଛି ଥିଲେ ।ପାଇକମାଲ ରେ ପ୍ରଥମେ ବିନ୍ଦ୍ୟାବସିନୀ ମହାବିଦ୍ୟାଳୟ କର୍ମଚାରୀ ଓ ଛତ୍ର ଛାତ୍ରୀ ମନଙ୍କର ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି ଏହାପରେ ଯମୁନା କନ୍ଧୁଣି ବାଳିକା ବିଦ୍ୟାଳୟ ର କର୍ମକର୍ତା ଓ ଛାତ୍ରୀ ମନଙ୍କର ଦ୍ୱାରା ବିଧାୟକ ଙ୍କୁ ଭବ୍ୟ ସ୍ୱାଗତ ସମ୍ମର୍ଦ୍ଧନା ପ୍ରଦାନ କରାଯାଇଥିଲା। ପାଇକମାଲ ମୁଖ୍ୟ ଛକ ଠାରେ ବିଜେପି ର କର୍ମକର୍ତା ପାଇକମାଲ ନାଗରିକ କମିଟି ର ସଭ୍ୟ ଗଣମାଧ୍ୟମ ର ପ୍ରତିନିଧି,ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ,ପତାଞ୍ଜଳି ଯୋଗ ସମିତି ର ସଭ୍ୟ ମନେ ଅବସରପ୍ରାପ୍ତ କର୍ମଚାରୀ ସଂଘ ର କର୍ମକର୍ତା ମାନେ ତଥା ମହିଳା ସଂଘର କର୍ମକତା ମବେ ସ୍ୱଗତ କରି ପାଇକମାଲ ଧର୍ମଶାଳା କୁ ନେଇଥିଲେ। ଧର୍ମସଲାଠାରେ ଆୟୋଜିତ ସମ୍ମର୍ଦ୍ଧନା ଡଭାରେ ମାନ୍ୟବର ବିଧାୟକ ପଦ୍ମପୁର ର ସାଧାରଣ ଯନ୍ତଙ୍କର ଉଦ୍ଧେଶ୍ୟରେ ଏହି ସମ୍ମଙ୍କୁ ସମର୍ପଣ କରିଥିଲେ । ଆଗାମୀ ଦିନରେ ସେ ଆହୁରି ଦୃଢତାର ସହିତ ଅଂଚଳ ବସୁଙ୍କର ସେବା କରିବା ସହିତ ଏ ଅଞ୍ଚଳର ପ୍ରତ୍ୟେକ ଟି ସମସ୍ୟାକୁ ବିଧାନସଭାରେ ଜୋରଦାର ଭାବରେ ଉପସ୍ଥାପନ କରିବା ସହିତ ସମସ୍ୟା ର ସମାଧାନ ପାଇଁ ଲଢେଇ ଜରିରଖିବେ ବୋଲି କହିଛନ୍ତି।

       ଉକ୍ତ ସମ୍ମର୍ଦ୍ଧନା ସଭାକୁ ବିଜେପି ର ପାଇକମାଲ ମଣ୍ଡଳ ସଭାପତି ଶ୍ରୀ ସରୋଜ ସାମଲ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମୁକ୍ତା ସାହୁ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମର ମଣୀ ନାୟକ ,ବିଜେପି ଆଦିବାସୀ ସେଲ ର ସମ୍ପାଦକ ଗୋବର୍ଦ୍ଧନ ଭୁଏ ,ରମାଲ ଲୁହାର, ସଂଗୀତା ଲୁହାର,ବିରାଟ ତାଣ୍ଡି,ଗୋବର୍ଦ୍ଧନ ଅଗ୍ରବାଲ,ଦୁର୍ଗା ପ୍ରସାଦ ଅଗ୍ରବାଲ,ଶ୍ରୀକାନ୍ତ ପାଣିଗ୍ରାହୀ, ପ୍ରିତେଶ ବଗିଦାର,ସରୋଜ ପାଣିଗ୍ରାହୀ,ସୁବାଷ ରଣା, ସୁମିତ୍ରୀ ପ୍ରଧାନ,  ଟିନୁ ପୁରୋହିତ,ନିରାକାର ବାରିହା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଓ ମନ୍ଦିରର ସମସ୍ତ କର୍ମକର୍ତ୍ତତା ଓ ସେବାୟତ ତଥା ବଣିକ ସଂଘର କର୍ମକର୍ତ୍ତାମାନେ ସନ୍ଧ୍ୟା ସମୟରେ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣre ବିଧାୟକ ଶ୍ରୀ ପୁରୋହିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |  

Leave A Reply

Your email address will not be published.