ଦୁର୍ନତି ବିରୋଧରେ ଶପଥ ପାଠ କରାଇଲେ ଜିଲ୍ଲାପାଳ

0

ରାୟଗଡାରୁ ସରୋଜ ସାହୁ : ରାୟଗଡା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗ ଦେଇ ଜିଲ୍ଲାପାଳ ଗୁହା ପୂନମ ତାପସ କୁମାର ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ବିରୋଧରେ କାର୍ଯ୍ୟ କରିବାକୁ ଶପଥପାଠ କରାଇଥିଲେ  । ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆରୁ ସକାଳେ ଏକ ସଚେତନତା ରାଲି ବାହାରିଥିଲା  । ଦୁର୍ନୀତି ନିବାରଣ ସପ୍ତାହ ଅକଟୋବର  ୩୦ରୁ ୪ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥିବା ବେଳେ ଏହି ସପ୍ତାହ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ  ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଲାଲ ବିହାରୀ ହିମରିକା , ଅଧ୍ୟାପକ ଦୁଷ୍ମନ୍ତ ମହାନ୍ତି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ଓ  ଏସଆଇ  କଳାବତୀ ବାଗ କାର୍ୟକ୍ରମ ପରିଚାଳନା କରିଥିଲେ  । 

Leave A Reply

Your email address will not be published.