ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରତି ରବିବାର ଭ୍ରମ୍ୟମାଣ କରି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।
ଆଜି ରବିବାର ପବିତ୍ର ଅଶ୍ୱିନ ମାସ କୃଷ୍ଣ ପକ୍ଷ ଆରମ୍ଭ ଦିନରେ ଇଂରାଜୀ ମାସ ସେପ୍ଟେମ୍ବର ଏକ ତାରିଖରୁ ପନ୍ଦର ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ଚାଲୁଥିବା ବେଳେ ଏହି ଅବସରରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ମାର୍ଗଦର୍ଶନରେ ବାଳ ପ୍ରତିନିଧି କୋମଲେଶ ମହାପାତ୍ର , ଆୟୁଷ୍ମାନ ପଟ୍ଟନାୟକ ଏବଂ ସାଇ ସମ୍ବିତ ପରିଡା ବାଳମୁକୁନ୍ଦ କେନ୍ଦ୍ର, ଶ୍ରୀରାସିକରାଜ ମନ୍ଦିର (ପରିଚ୍ଛା ମନ୍ଦିର) ପରିସର ସଫାସୁତୁରା କରିବା ସହିତ ତୁଳସୀ ଗଛ ରୋପଣ କରିଥିଲେ। ଶେଷରେ ମୁରଲୀଧର ପରିଚ୍ଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.