ଜଗତସିଂହପୁର/ସୁମନ୍ତ କୁମାର ଦାସ: ଅମୃତା ଫାଉଣ୍ଡେସନ,ଭୁବନେଶ୍ୱର ପକ୍ଷରୁ ଆଜି ଜଗତସିଂହପୁର ଜିଲ୍ଲା ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଫାଉଣ୍ଡେସନର ଦ୍ଵିତୀୟ ବାର୍ଷିକ ଉତ୍ସବ ଅମୃତୋତ୍ସଵ-୨୦୨୨ ଅନୁଷ୍ଠିତ ହୋଇଯାଇଛି ।ପାଉଣ୍ଡେସନର ସଭାପତି ଡକ୍ଟର ବଟ କିଶୋର ରାୟଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଉଦ୍ଘାଟକ ଭାବରେ ସଦଗୁରୁ ଶ୍ରୀସନ୍ଥ ,ରିକି ମିଶନ କଟକ, ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ମହାନ୍ତି,ନାଇଜରର କୁଳ ସଚିବ ତଥା ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ଅଭୟ ନାୟକ ପ୍ରମୁଖ ଯୋଗ ଦେଇ ମାଆ ଶବ୍ଦର ଉପାଦେୟ ବକ୍ତବ୍ୟ ରଖିଥିଲେ ।ଏହା ସହିତ ସମାଜରେ ଅବହେଳିତ ଅବସ୍ଥାରେ ରହିଥିବା କନ୍ୟା ସନ୍ତାନ ମାନଙ୍କୁ ଆଗକୁ ନେବାର ଅମୃତା ପାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରିଥିଲେ ।ଏହି ଅବସରରେ ସମାଜରେ ଆର୍ଥିକ ଅନଗ୍ରସର ଯୋଗୁ ପାଠ ପଢି ପାରୁନଥିବା ମେଧାବୀ କନ୍ୟା ସନ୍ତାନ ମାନଙ୍କୁ ସହାୟତାର ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୬ଜଣ ମେଧାବୀ କନ୍ୟା ସନ୍ତାନ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହିତ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଛି ।ଏହା ସହିତ ଜଣେ ସୁଯୋଗ୍ୟ ସନ୍ତାନର ମାଆ ତଥା ବିଶିଷ୍ଟ ସଂଳାପ ଲେଖକ, ବାଗ୍ମୀ ଶରଣାରବିନ୍ଦ ଓଝାଙ୍କ ମାଆ ମଞ୍ଜୁଲତା ଓଝାଙ୍କୁ ଫାଉଣ୍ଡେସନ ତରଫରୁ ଚମ୍ପା ମଦର୍ସ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.