ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

0

ନୟାଗଡ଼ (ବିଶ୍ୱଜିତ ନାୟକ) – ନୟାଗଡ଼ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୟାଗଡ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯାଇଥିଲା । କିଶୋର ଚନ୍ଦ୍ର ମହାପାତ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା। ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଭବନର ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ , ନିଶିକାନ୍ତ ରଥ , ରାମକୃଷ୍ଣ ରଥ , ରଜତ ପଟ୍ଟନାୟକ, ଲୋକନାଥ ମିଶ୍ର , ପ୍ରଶାନ୍ତ ଜେନା , ଅନୱର ଅଲ୍ଲି ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ କିଶୋରଙ୍କ ସ୍ମୃତିଚାରଣ କରିଥିଲେ । କିଶୋର ଚନ୍ଦ୍ର ମହାପାତ୍ର ଥିଲେ ଜଣେ ଅମାୟିକ ବ୍ୟକ୍ତିତ୍ୱ ଏବଂ ନିଆରା ମଣିଷ । କିଶୋରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରହିଥିବା ସମସ୍ତ ଆର୍ଥିକ ସାହାଯ୍ୟ ଯୋଗାଇଦେବାପାଇଁ ଜିଲ୍ଲା ପ୍ରଶାସନକୁ ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।।

Leave A Reply

Your email address will not be published.