ପଂଚାୟତ ହାଇ ସ୍କୁଲରେ ପିଟିଏମ ମିଟିଙ୍ଗ ଅନୁଷ୍ଠିତ

0

ପଦ୍ମପୁର : ପଂଚାୟତ ହାଇ ସ୍କୁଲ ପରିସର ରେ ପ୍ରଧାନ ଶିକ୍ଷକ ରେଣୁଧର ସାହୁ ଙ୍କ ସଭାପତିତ୍ୱ ରେ ପିଟିଏମ ମିଟିଙ୍ଗ ଅନୁଷ୍ଠିତ ହୋଇ ଯାଇଛି।5T ସ୍କୁଲ ରୂପାନ୍ତରଣ ସମ୍ପର୍କରେ ଆଲୋଚନା କରିବା ସହ ମୋ ସ୍କୁଲ ଅଭିଯାନ ବିଷୟ ରେ ସମ୍ୟକ ଧାରଣା ଦେଇଥିଲେ।ଗଣିତ ଶିକ୍ଷକ ପ୍ରମୋଦ ନାଥ ଅଭିଭାବକ ଓ ଶିକ୍ଷକଙ୍କର ଭୂମିକା ସମ୍ବନ୍ଧ ରେ ଆଲୋକପାତ କରିଥିଲେ।ବିଜ୍ଞାନ ଶିକ୍ଷକ ସୁରେନ୍ଦ୍ର ସାହୁ ଉତ୍ତମ ସ୍ବାସ୍ଥ୍ୟ ସହ ଶିକ୍ଷା କିପରି ସମ୍ବନ୍ଧିତ ବୁଝାଇଥିଲେ।ଶିକ୍ଷାର ବିଭିନ୍ନ ଦିଗ ଉପରେ ଶିକ୍ଷୟତ୍ରୀ ନନ୍ଦିନୀ ମିଶ୍ର ଅଭିଭାବକଙ୍କ ସହଯୋଗ କାମନା କରିଥିଲେ।ଏହି ସଭାରେ ସି ଆର ସି ମନୋଜ ସାହୁ ଉପସ୍ଥିତ ରହି ସ୍କୁଲ ରୂପାନ୍ତରଣ ଉପରେ କହି ଥିଲେ।ଆଜିର ସଭା ରେ 40 ଜଣ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ।ଏହି ସଭା ରେ ସ୍କୁଲ ର କର୍ମଚାରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ସୁରେଶ ପଟେଲ ଉପସ୍ଥିତ ଥିଲେ ଓ ପରିଶେଷରେ ଲେଖରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ଶେଷରେ ପଦ୍ମପୁର ବିଇଓ କାଳୀଚରଣ ଦୁବେ ଓ ଏ ବିଇଓ ଜୟ କୁମାର ସାହୁ ସ୍କୁଲ ପରିଦର୍ଶନ କରି ସଭା ର ତଥ୍ୟ ନେଇଥିଲେ।

Leave A Reply

Your email address will not be published.