ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ପୂର୍ବାହ୍ନ୧୦ଘଣ୍ଟା ସମୟରେ ସ୍ଥାନୀୟ ଉତ୍କଳହିତୈଷିଣି ସଭାଗୃହରେ, ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ହୋଇଥିଲା ଭାରତ ରତ୍ନ ଅଟଳ ବିହାରୀଙ୍କ ପରଲୋକରେ ଏକ ଯୁଗର ଅବସାନ ଘଟିଲା ଏବଂ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱର ରାଷ୍ଟ୍ରନେତା ତଥା ଭାରତୀୟ ସଂସଦୀୟ ଗଣତନ୍ତ୍ରର ଅଦ୍ୱିତୀୟ ବିରଳ ବ୍ୟକ୍ତିତ୍ୱ ଥିଲେ ଭାରତରତ୍ନ ଅଟଳବିହାରୀ ବାଜପେୟୀ । ଭାରତ ରାଜନୀତିରେ ପିତାମହ ଭୀଷ୍ମଙ୍କ ଶେଷ ନିଶ୍ୱାସରେ ଆଜି ଆନ୍ତର୍ଜାତିୟ କ୍ଷେତ୍ରରେ ମଧ୍ୟ ସମସ୍ତ ବୁଦ୍ଧିଯିବୀ ହତବାକ । ବିନମ୍ରତା ,ଉଦାରତା , ଆଧ୍ୟାତ୍ମିକ ବାଦିତା,ନିର୍ମଳ ହସ, ପ୍ରଭୃତିରେ ସେ ଥିଲେ ଓ ଅଛନ୍ତି କାଳଜୟୀ । ସବୁବେଳେ, ସବୁସମୟରେ ସେ ଅମର , ଅଜୟ, ଦୁର୍ଦ୍ଧସ ଓ ଚୀର ନମସ୍ୟ ।
ବକ୍ତା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ବିନୋଦ ଚନ୍ଦ୍ର ଜେନା, ବନମାଳୀ ମହାପାତ୍ର, ଦୁର୍ଗାପ୍ରସାଦ ପଟ୍ଟନାୟକ, ଜଗଦୀଶ ମହାପାତ୍ର,ଘନଶ୍ୟାମ ଜେନା,ଭାରତଭୂଷଣ ମହାନ୍ତି, କ୍ୟାପଟେନ ମଲ୍ଲିକାର୍ଜୁନ ପଟ୍ଟନାୟକ, ଅରବିନ୍ଦ ଦାସ, ସରୋଜ କୁମାର ପଣ୍ଡା, ବଳରାମ ନାଗା,ହରିମୋହନ ପଟ୍ଟନାୟକ, ପ୍ରସାଦ କୁମାର ନାୟକ,ତ୍ରି୍ରପତି ପ୍ରସାଦ ପଣ୍ଡା ପ୍ରଭୃତି ଅଟଳଜୀଙ୍କ ଅନାବିଳ ଜୀବନାଭୁତି ସମ୍ପର୍କରେ ଆଲୋଚନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.