ଗୁରୁ ଦିବସ ଉପଲକ୍ଷେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ।

0

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ସର୍ଵ ପଲ୍ଲୀ ରାଧାକ୍ରୀଷ୍ଣ ଙ୍କ ଜୟନ୍ତୀ ଏବଂ ଗୁରୁ ଦିବସ ଉପଲକ୍ଷେ ଏକ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କଟକଣା ଯୋଗୁଁ ତିନି ବର୍ଷ ଧରି ବନ୍ଦ ରହିଥିବା ଗଣ ଦୌଡ ଆଜି ଭାରତ ସେବାନିଧୀ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ର।ମବିନ୍ଧା ରୟାଲ୍ ପବ୍ଲିକ ସ୍କୁଲ ଯାଏଁ ଅନୁଷ୍ଠିତ ହୋଇ ଯାଇଛି। ରୟାଲ ସ୍ପୋର୍ଷ୍ଟ କ୍ଲବ ଏବଂ ପବ୍ଲିକ ୱେଲ ଫେୟାର୍ ଏହାକୁ ସବୁ ବର୍ଷ ପରିଚାଳନା କରିବା ସହ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ଏହି ଗଣ ଦୌଡ କୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳେ। ଅ ନେକ ପାଖ ଆଖ ସ୍କୁଲ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିବା ସହ ପ୍ରାଇଜ୍ ମଧ୍ୟ ହାତେଇ ବାର୍ ଦେଖାଯାଏ।ଆଜି ଭାରତ ସେବା ନିଧି ସ୍କୁଲ୍ ପ୍ରାଙ୍ଗଣ ରୁ ଅନେକ ଛାତ୍ର ଛାତ୍ରୀ ଦୀର୍ଘ ପାଞ୍ଚ କିଲୋମିଟର ରୟାଲ ପବ୍ଲିକ ଯାଏ ଦୌଡ ନିର୍ଣ୍ଣାୟକ ଥିବା ବେଳେ ଏହାକୁ ଆନୁଷ୍ଠାନିକ ଭାବେ ରଣିତଲ କୃଷି ବିଜ୍ଞାନ କେନ୍ଦ୍ର ର ADR ଭଗବାନ କବାଟ , ଭାରତ ସେବନିଧୀ ଉଚ୍ଚ ବିଦ୍ୟାଳୟ ର P E T ଶିକ୍ଷୟିତ୍ରୀ ଶୁଭଶ୍ରୀ ପଣ୍ଡା ପତାକା ଦେଖାଇ ଦୌଡ ଆରମ୍ଭ ର ସମ୍ମତି ଦେଇଥିଲେ। ସମସ୍ତ ଭାରତ ସେବା ନିଧି ର ଛାତ୍ର ଯଥା ମନୋଜ ସାହୁ ପ୍ରଥମ, ଅନୁଭବ ବାରିକ ଦୁ ତୀୟ, ବୁଦ୍ଧି ରାମ ସିଂ ତୃତୀୟ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଭାରତ ସେବା ନିଧି ସ୍କୁଲ୍ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହେମ ପ୍ରଭା ନନ୍ଦୀ,ADR ଭଗବାନ କବାଟ, ମ ଇ ତା ପୁର ସରପଂଚ ମନୋରମା ବେହେରା ଉପସ୍ଥିତି ରେ ସମସ୍ତ ଙ୍କୁ ପ୍ରାଇଯ ସହ ମାନ ପତ୍ର ପ୍ରଦାନ କରାଯାଇଥିଲା। ପବ୍ଲିକ ୱେଲ ଫେୟା ର ର ଏପରି କାର୍ଯ୍ୟ କୁ ସରପଂଚ ପ୍ରଶଂସା କରିବା ସହ ସମସ୍ତ ପବ୍ଲିକ ୱେଲ ଫେୟର୍ ର ସଦସ୍ୟ ଏଥିରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.