ସାମ୍ବାଦିକଙ୍କ ପାଇଁ ବୈଷୟିକ ଜ୍ଞାନ ଆହରଣ କର୍ମଶାଳା

0

ଭଦ୍ରକ : (ସତ୍ୟବ୍ରତ ନାୟକ) ସାମାଜିକ ଗଣମାଧ୍ୟମରେ ଖବର ପରିବେଷଣ ଏବେ ସାମ୍ବାଦିକତା କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଲାଭ କରିଥିଲେ ମଧ୍ୟ ଅନେକ ସମୟରେ ସମସ୍ୟା ସୃଷ୍ଟି କରିଛି।ଭ୍ରମାତ୍ମକ ସୂଚନା ପ୍ରଦାନ ଦ୍ୱାରା ଗଣମାଧ୍ୟମ ପ୍ରତି ବିଶ୍ଵାସ ଭଙ୍ଗ ହେଉଛି।ଏଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କର୍ମଶାଳା’ଉତ୍କଳ ସାମ୍ବାଦିକ ସଂଘ’ଭଦ୍ରକ ଜିଲ୍ଲା ଶାଖା ଆନୁକୂଲ୍ୟରେ ‘ଗୁଗଲ ନିଉଜ ଏବଂ ଡାଟା ଲିଡ୍ସ’ସହାୟତାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ‘କିଟ ବିଶ୍ୱବିଦ୍ୟାଳୟ’ର ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରାଧ୍ୟାପକ ଡ଼ଃ ରାଜୀବ କୁମାର ପଣ୍ଡା ଯୋଗ ଦେଇ ଭିଜୁଆଲର ସତ୍ୟତା ସମ୍ପର୍କରେ ଯାଞ୍ଚ, ଅଡିଓ ଯାଞ୍ଚ ଓ ତଥ୍ୟ ସମ୍ବଳିତ ସାମ୍ବାଦିକତା ଉପରେ ବୈଷୟିକ ଜ୍ଞାନ ଆହରଣ ନିମନ୍ତେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ସଂଘର ଜିଲ୍ଲା ଶାଖା ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସାମ୍ବାଦିକ ପ୍ରକାଶ ମହାପାତ୍ର, ଅପୂର୍ବ ରଞ୍ଜନ ବେହେରା, ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର,ଅବିନାଶ ପଣ୍ଡା, ସାଧନ କୁମାର ଧର, ମନୋରଞ୍ଜନ ବାରିକ, ରାମ ନାରାୟଣ ମହାନ୍ତି, ତ୍ରିଲୋଚନ ଦାଶ, ଅତିସ ଦାସ, ପ୍ରଶାନ୍ତ ସାହୁ ସଂଜୀବ ନାୟକ, ଲିପିକା ରାଉତ ସତ୍ୟ ବ୍ରତ ନାୟକ,ଜଗନ୍ନାଥ ବେହେରା ପ୍ରମୁଖଙ୍କ ସମେତ ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥାର ସାମ୍ବାଦିକ ମାନେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.