ଭଦ୍ରକ:(ସତ୍ୟବ୍ରତ ନାୟକ ) କୋର୍ଟର ମହିଳା କିରାଣୀଙ୍କୁ ଛାଡିଲେ ନାହିଁ ଲୁଟେରା । ଛିନତାଇ ବେଳେ ଗାଡିରୁ ପଡି ରକ୍ତାକ୍ତ ହୋଇଥିବା ମହିଳାଙ୍କ ତଣ୍ଟି ଚିପି ଲୁଟିନେଲେ ଭ୍ୟାନିଟି ବ୍ୟାଗ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋପବନ୍ଧୁ ନଗର ନିକଟରେ ଲୁଟ୍ ହୋଇଛି। ନଳାଙ୍ଗ ସ୍ଥିତ ଜିଲ୍ଲା କୋର୍ଟରୁ କାମ ସାରି ଫେରିବା ବେଳେ କୋର୍ଟର କିରାଣୀ ମୋନାଲିଜା ମହାନ୍ତିଙ୍କୁ ଛିନତାଇ ଉଦ୍ୟମ କରିଥିଲେ ଦୁଇ ଲୁଟେରା । ମୋନାଲିଜା ଗାଡିରୁ ଖସିପଡି ରକ୍ତାକ୍ତ ହୋଇଥିବା ବେଳେ ଲୁଟେରା ତାଙ୍କ ତଣ୍ଟି ଚିପି ଭ୍ୟାନିଟି ବ୍ୟାଗକୁ ନେଇଯାଇଥିଲେ। ମହିଳା କିରାଣୀ ଜଣକ ମେଡିକାଲରେ ଚିକିତ୍ସିତ ହେବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.