ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ସର୍ଗିବାହାଲ ଛକ ଠାରେ ଅହିଂସା ରଥ କୁ ଭବ୍ୟ ସମର୍ଦ୍ଧନା ଓ ସ୍ୱାଗତ କରାଯାଇଥିଲା l ଅହିଂସା ଓ ଭାରତ ମାତାର ଜୟ ଗାନ କରାଯାଇ ରଥକୁ ପୂଜା କରାଯାଇଥିଲା l ମୁଖ୍ୟ ଅତିଥି ଭାବରେ ଭାଗିରଥି ଦାସ, ଶେଷଦେବ ଦାସ, ସରୋଜ ବେହେରା ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଘନଶ୍ୟାମ ଭୋଇ, କୂଳମଣି ପଶୟତ, ଘନଶ୍ୟାମ ସାହୁ, ଜୟନ୍ତ ସାହୁ, କଳ୍ପ ସାହୁ, ହେମନ୍ତ ମହାକୁର, ଲାଲସାହେବ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଅନୁଷ୍ଠାନର ନିର୍ଦେଶକ ରାଜକୁମାର ସାହୁ ଜିଲ୍ଲା ସଂସ୍କୃତି ଅଧିକାରୀକୁ ପରିଚୟ କରାଇବା ସହ ବ୍ଲକ ପ୍ରଶାସନକୁ ପ୍ରଂଶସା କରିଥିଲେ l ଭାରତ ମାତାର ଜୟ ଗାନ, ସତ୍ୟ, ଧର୍ମ, ଅହିଂସା, ସତ୍ୟାଗ୍ରହ ର ବାର୍ତ୍ତା ସ୍ମରଣ କରି ଅହିଂସା ରଥ କୁ ବିଦାୟ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post