ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋସ କୁମାର ନାୟକ ଯୋଗଦେଇ ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରହିବା ପାଇଁ ନିୟମିତ ଖେଳ କସରତ କରିବା ଆବଶ୍ୟକ ବୋଲି କହିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ମେଜର ଧ୍ୟାନଚାନ୍ଦଙ୍କ ହକି ତାରକା ହିସାବରେ ପୃଥିବୀରେ ଖ୍ୟାତି ଅର୍ଜନ କରିବା ସଙ୍ଗେ ସଙ୍ଗେ ତାଙ୍କର ଏହିକୃତିତ୍ୱ ଦ୍ଵାରା ଅନୁପ୍ରାଣିତ ହେବାପାଇଁ ଛାତ୍ର /ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି କହିଥିଲେ।
ଖେଳ ଶିକ୍ଷକ ସୁରେନ୍ଦ୍ର ପାତ୍ର , ଧିରେନ କୁମାର ସାମଲ , ଦିଲେଶ୍ଵର ଓ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପ ପ୍ରଦାନ କରି ସମ୍ମାନ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post