ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଏକ ପୁରୁଣା ରାଜସ୍ୱ ଗ୍ରାମ ଅଟେ । ଏହି ଗ୍ରାମରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏକ ପୁରୁଣା ପୋଖରୀ ରହିଛି । ଚଳିତ ବର୍ଷ ଏହି ପୋଖରୀ କୁ ମାଛ ଚାଷ କରିବା ପାଇଁ , ପଞ୍ଚାୟତ ତରଫରୁ ଆଜି ନିଲାମ କରିବାର ସମୟ ନିର୍ଦ୍ଧାରିତ ହୋଇଥିଲା । ଏହି କଥା ଜାଣିବା ପରେ ଗ୍ରାମର ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମାଁ ମାନେ ପାଇକମାଲ ବିଡ଼ିଓ ଶ୍ରୀ ଦେବାଶିଷ ସିହ୍ନାଙ୍କୁ ଭେଟି ପୋଖରୀ ନିଲାମ କୁ ବାତିଲ କରିବା ପାଇଁ ଅନୁରୋଧ କରିବା ସହିତ ଲିଖିତ ଭାବରେ ଜଣାଇଥିଲେ । ପାଇକମାଲ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଜମେବତୀ ମାଝୀ ଙ୍କର ଉପସ୍ଥିତି ରେ ବିଡ଼ିଓ ଶ୍ରୀ ସିହ୍ନାଙ୍କୁ ପ୍ରଦାନ କରାଯାଇଥିବା ଏହି ଦାବିପତ୍ର ରେ ମହିଳା ମାନେ ମାଛ ଚାଷ ପାଇଁ ପୋଖରୀ ନିଲାମ କଲେ ସେମାନଙ୍କୁ ହେବାକୁ ଥିବା ସମସ୍ୟା ଗୁଡିକ ବାବଦରେ ଉଲ୍ଲେଖ କରିଥିଲେ । ଏହାପରେ ସ୍ବୟଂ ସହାୟକ ଗୋଷ୍ଠୀର ମାଁ ଓ ଭଉଣୀ ମନେ ପାଇକମାଲ ଜିପିଓ ଅନୀଲ କୁମାର ପାଣିଗ୍ରାହୀ ଙ୍କୁ ଭେଟି ସମସ୍ତ ସୂଚନା ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଆଜି ଏହି ପୋଖରୀ ମାଛ ଚାଷ ପାଇଁ ନିଲାମ ଡକା ଯିବାର ଥିଲା । ନିଜର ଦୈନନ୍ଦିନ ବ୍ୟବହାର ପାଇଁ ଯଦି ଏହି ପୋଖରୀ ବ୍ୟବହାର ପାଇଁ କିଛି ଅର୍ଥ ପଞ୍ଚାୟତ କୁ ଦେବାକୁ ପଡିବ ତେବେ ସେ ଅର୍ଥ ଗ୍ରାମର ସମସ୍ତ ମାଁ ମାନେ ନିଜ ଭିତରେ ଚାନ୍ଦା କରି ଏହି ଅର୍ଥ ପଂଚାୟତ କୁ ପୈଠ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଗ୍ରାମର ମାଁ ଭଉଣୀ ମାନଙ୍କ ଅସୁବିଧା କୁ ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀ ମାନେ ଅନୁଭବ କରି ତୁରନ୍ତ ପୋଖରୀ ନିଲାମ କୁ ସବୁଦିନ ପାଇଁ ବାତିଲ କରିବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ଗ୍ରାମର ଅଧିକାଂଶ ମାଁ ଓ ଭଉଣୀ ମାନେ ।
Sign in
Sign in
Recover your password.
A password will be e-mailed to you.
Next Post