ଚିଲିକା/ଖୋର୍ଦ୍ଧା (ସେକ କୌଶର):ବାଣପୁର ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛୀନତାଇ ଅଭିଯୋଗ ରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି l ସୂଚନା ମୁତାବକ ଜନୈକ ସାମ୍ବାଦିକ ସନ୍ତୋଷ ମହାନ୍ତି ଓରଫ ଯଲୁ ମହାନ୍ତି ଜଣକ ଗତକାଲୀ ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ ବୋଝେଇ ଟ୍ରକ ଚାଳକଙ୍କୁ ସାମ୍ବାଦିକ ପରିଚୟ ଦେଇ ଜୋର ଜବରଦସ୍ତ ଦାଦା ବଟି ମାଗିଥିଲେ ଏବଂ ଟ୍ରକ ଚାଳକ ଏଥିରେ ଅମଙ୍ଗ ହେବାରୁ ତାଙ୍କ ନିକଟରୁ ଟଙ୍କା ଲୁଟିନେଇଥିଲେ l ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର ଦେଖାଇଥିଲେ ଉକ୍ତ ସାମ୍ବାଦିକ l ଏହି ପରିପ୍ରେକ୍ଷୀରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଦଫା 392, କେସ ନମ୍ବର 344/22 ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି l
Sign in
Sign in
Recover your password.
A password will be e-mailed to you.
Prev Post