ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ନୂତନ ପରିବହନ ଅଧିକାରୀ ଭାବେ ଶୁଭେନ୍ଦୁ ରଞ୍ଜନ ରାୟ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଏଠାରେ ମୋଟର ଯାନ ନିରୀକ୍ଷକ ଭାବେ କାଯ୍ୟ କରିବା ସହ ୩ ବର୍ଷ ଧରି ଭାରପ୍ରାପ୍ତ ପରିବହନ ଅଧିକାରୀ ଦାୟିତ୍ୱ ସୁଚାରୂପେ ତୁଲାଇ ପଦୋନ୍ନତି ପାଇ ପୁରୀ ପରିବହନ କାଯ୍ୟାଳୟରେ ଯୋଗ ଦେଇଥିଲେ। ସେଠାରୁ ପୁଣି ବଦଳି ହୋଇ ଶୁକ୍ରବାର ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଭାଗୀରଥି ନାୟକ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ୱାଗତ କରିଥିବା ବେଳେ ଅଞ୍ଚଳରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.