ଜଳିଗଲା ଗୋଦାମ ଘର ଓ ଓମିନି ଭ୍ୟାନ୍

0

https://youtu.be/0iZ-gnLB2y4

ଯଶିପୁର: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଯାମୁକେଶ୍ୱର ଗ୍ରାମର ଦୋକାନ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟି ଓମିନି ଭ୍ୟାନ୍ ସହ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଛି। ଗତକାଲି ରାତି ୧୦ ଘଟିକା ସମୟରେ ଦୋକାନୀ ରତିକାନ୍ତ ବାରିକ ଗୋଦାମ ଘର ବନ୍ଦ କରି ଖାଇବାକୁ ଘରକୁ ଯାଇଥିଲେ । ଗୋଦାମ ଘରୁ ଧୂଆଁ ବାହାରୁ ଥିବା ଦେଖି ପାଖ ଲୋକ ରତିକାନ୍ତ ଙ୍କୁ ଖବର ଦେଇଥିଲେ । ଆସି ସଟର୍ ଖୋଳି ଦେଖିଲା ବେଳକୁ ନିଆଁ ରେ ଗୋଦାମ ଘରେ ଥିବା ଲକ୍ଷାଧିକ ଟଙ୍କାର ବିଭିନ୍ନ ଜିନିଷ ସହ ଓମିନି ଭ୍ୟାନ୍ ଜଳୁ ଥିବା ଦେଖିବାକୁ ପାଇଥିଲେ । ଅଗ୍ନିଶମ ବାହିନୀଙ୍କୁ ଏହି ଘଟଣା ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହ ଏକ ବଡ ଦୁର୍ଘଟଣା କୁ ଏଡାଇବାରେ ସକ୍ଷମ ହୋଇଥିଲେ । ଏତିକି ପରିମାଣର କ୍ଷୟକ୍ଷତି ହୋଇଥିବାରୁ ରତିକାନ୍ତ ଭାଙ୍ଗି ପଡିଛନ୍ତି ଓ ସରକାରଙ୍କୁ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.