ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

0

ଉମରକୋଟ:  ଉମରକୋଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜକୁ ଠିକ୍ ଆଠ ବର୍ଷ ତଳେ ୨୦୧୪ ମସିହା ଅଗଷ୍ଟ ୨୭ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରାଯାଇଥିଲା। ସେହି ଦିନ ଠାରୁ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ରାଜ୍ୟର ଗରିବ ଛାତ୍ରଛାତ୍ରୀ ମାଗଣାରେ ଉନ୍ନତ ଶିକ୍ଷା ସୁବିଧା ପାଇ ଆସୁଛନ୍ତି। ଆଜି ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ଛାତ୍ରଛାତ୍ରୀ ଆନନ୍ଦର ସହ ଭାଗ ନେବା ସହ ନିଜ ନିଜ କଳାର ପରିଚୟ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ପରିଶେଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆଦର୍ଶ ବିଦ୍ୟାଳୟର ପରିକଲ୍ପନା ଏବଂ ଏହା ଦ୍ଵାରା ବିଦ୍ୟାର୍ଥୀ ପାଉଥିବା ଲାଭ ବିଷୟରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକ ବର୍ଣ୍ଣନା କରିଥିଲେ।

Leave A Reply

Your email address will not be published.