ଅଡାଜର ପଞ୍ଚାୟତ ରେ ଝାଡା ବାନ୍ତି ଆକ୍ରାନ୍ତ ରେ ମୃତ୍ୟୁ ପରିବାରଙ୍କୁ ଭେଟିଲେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:ଗତ ପନ୍ଦର ଦିନ ଧରି କାଶୀପୁର ବ୍ଳକର ଅଡାଜୋର ପଞ୍ଚାୟତ ରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ନିଜେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ଵର ମାଝୀ ଭେଟି ସେମାନଙ୍କ ପରିବାରକୁ ରାସନ ଖାଦ୍ୟ ସହ ବସ୍ତ୍ର ଦେଇଛନ୍ତି |ଗତକାଲି ଅଡାଜର ପଞ୍ଚାୟତ ର ପରଲାଜର ଆଉ ଛଟିଗୁଡା ବୁଲି ଝାଡାବାନ୍ତି ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି |ଛଟିଗୁଡା ଗାଁ କୁ ରାସ୍ତା ନଥିବାରୁ ଏକ ନଦୀରେ ବହୁ କଷ୍ଟରେ ପାର ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା |ଉକ୍ତ ଗ୍ରାମରେ ଧାନାଇ ମାଝୀ ଙ୍କ ଝାଡା ବାନ୍ତି ରେ ସ୍ଥିତି ଗମ୍ଭୀର ଥିବାରୁ ଏକ ସାଇକଲରେ ନଦୀ ପାର କରି ପ୍ରାରମ୍ଭିକ ଚିକିତ୍ସା କରି ନିଜେ ପଞ୍ଚାୟତ ସମିତି ଅଧ୍ୟକ୍ଷ କାଶୀପୁର ଡାକ୍ତରଖାନା ପହଞ୍ଚାଇଥିଲେ |ଛଟିଗୁଡା ଗ୍ରାମରେ ବିକାଶର ପାଦ ପଡ଼ିନଥିବା ମଧ୍ୟ ହୃଦବୋଧ କରିଥିଲେ |ଆଜିର କାର୍ଯ୍ୟକ୍ରମରେ ବିଜୁଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର, ହରପ୍ରସାଦ ନାଏକ, ଅମିତ ନାଏକ, ରଞ୍ଜିତ ନାଏକ, ବିନୋଦ ନାଏକ, ବିଷ୍ଣୁ ପ୍ରସାଦ ପାତ୍ର, ସ୍ଥାନୀୟ ସରପଞ୍ଚ ସୁରେନ୍ଦରୀ ନାଏକ, ସମିତି ସଭ୍ୟ ବୃନ୍ଦାବନ ମାଝୀ,ଜଗଦିଶ ନାଏକ, ଟୁନା ପରିଛା ସହ ବହୁ ବିଜେଡି କର୍ମୀ ଉକ୍ତ ଗ୍ରାମ ଗୁଡିକ ଯାଇ ଝାଡାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ପାରିବାରକୁ ସମବେଦନା ଦେଇଥିଲେ |

Leave A Reply

Your email address will not be published.