ହେମନ୍ତ ଥିଲେ ବୋଲି ମିଳିଲା ନୂଆ ଜୀବନ : ସାବାସ

0

ନାଗାବଳୀ ନଦୀର ପ୍ରଖୋର ଜଳ ସ୍ରୋତରୁ ସହସିକତାର ସହ ଗୋଟିଏ ଜୀବନ ବଂଚାଇ ପ୍ରଶଂସା ସାଉଁଟିଛନ୍ତି ଆଗ୍ନିକ ହେମନ୍ତ କୁମାର ସେଠୀ

ରାୟଗଡ(ସରୋଜ ସାହୁ) : ରାୟଗଡ ସହରର ଉପକଣ୍ଠରେ ବହିଯାଉଥିବା ଖରସ୍ରୋତା ନଦୀ ନାଗାବଳୀର ପ୍ରଖୋର ଜଳ ସ୍ରୋତରେ ଫସିରହିଥିବା ଆନ୍ଧ୍ର ପ୍ରଦେଶ ଏଲୁରୁ ସହରର ପର୍ଯ୍ୟଟକଙ୍କୁ ଗଭୀର ଜଳରୁ ରାୟଗଡ ଅଗ୍ନିଶମ ବିଭାଗର ଆଗ୍ନିକ (ବ୍ୟାଚ ନଂ ୧୦୧୯) ହେମନ୍ତ କୁମାର ସେଠୀ ନିଜ ଜୀବନକୁ ବାଜୀ ଲଗାଇ ସାହାସିକତାର ସହ ବଂଚାଇଥିବାରୁ ପ୍ରଶଂସାର ସୁଅ ଛୁଟୁଛି ସବୁରି ସୁହଁରେ ତାଙ୍କରି ନାମ । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଚଳିତ ମାସ ତା. ୨୫.୦୮.୨୦୨୨ରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟ ଏଲୁରୁ ସହରର ଏ. ଗୋପାଳ କୃଷ୍ନ ଓ ତାଙ୍କ ପରିବାର ରାୟଗଡର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ସକାଳୁ ମନ୍ଦିର ଦର୍ଶନ ସାରି ଦିନ ପ୍ରାୟ ୧୨ଟା ସମୟରେ ସହର ଉପକଣ୍ଠରେ ଥିବା ଝୋଲାପୋଲ ଦେଖିବାକୁ ବାହାରିଥିଲେ । ସେମାନେ ବୁଲିବା ପରେ ଝୋଲାପୋଲ ନଦୀ କୁଳକୁ ଯାଇଥିଲେ । ସେଠାରେ ଗୋପାଳ କୃଷ୍ନଙ୍କ ସହିତ ତାଙ୍କ ୩ ଜଣ ପୁଅ ଗାଧୋଇବାକୁ ବହିଯାଉଥିବା ନାଗାବଳୀ ନଦୀକୁ ଓହ୍ଲାଇଥିଲେ । ସମସ୍ତେ ନଦୀରେ ଗାଧୋଉଥିବା ବେଳେ ଗୋପାଳ କୃଷ୍ନଙ୍କ ୫ ବର୍ଷର ସାନ ପୁଅ ଅମରେଶ ନଦୀର ଗଭୀର ଜଳ ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ବାପା ଗୋପାଳ କୃଷ୍ନ ପୁଅ ଅମରେଶକୁ ବଂଚାଇବାକୁ ନଦୀର ସ୍ରୋତ ମଧ୍ୟକୁ ଡେଇଁ ପଡିଥିଲେ । ଗୋପାଳ କୃଷ୍ନ ନିଜର ଆପ୍ରାଣ ଚେଷ୍ଟା କରିମଧ୍ୟ ପୁଅ ଅମରେଶକୁ ନଦୀର ସ୍ରୋତରୁ ଉଦ୍ଧାର କରିପାରି ନଥିଲେ କିନ୍ତୁ ନିଜେ ନଦୀର ମଧ୍ୟବର୍ତି ସ୍ଥାନରେ ଫସି ରହିଯାଇଥିଲେ ଓ ସମସ୍ତ ଚେଷ୍ଟା କରି ମଧ୍ୟ ନିଜେ ନଦୀରୁ ବାହାରି ପାରିନଥିଲେ । ସ୍ଥାନୀୟ ଲୋକେ ଏମାନଙ୍କୁ ଦେଖି ରାୟଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରାୟଗଡ ଅଗ୍ନିଶମ ବାହିନୀର କର୍ମଚାରୀ ନାଗାବଳୀ ନଦୀକୂଳରେ ପହଁଚି ନଦୀ ମଝୀରେ ଫସି ରହିଥିବା ଗେପାଳ କୃଷ୍ନକୁ ବଂଚାଇବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିଶମ ବାହିନୀର ଆଗ୍ନିକ ବ୍ୟାଚ ନଂ. ୧୦୧୯ ହେମନ୍ତ କୁମାର ସେଠୀ ନିଜ ଜୀବନକୁ ବାଜି ଲଗାଇ ବହୁ ଚେଷ୍ଟା କରି ନାଗାବଳୀ ନଦୀର ପ୍ରଖୋର ସ୍ରୋତରୁ ଗୋପାଳ କୃଷ୍ଣଙ୍କୁ ବହୁ ସମୟ ପରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଆଗ୍ନିକ ଶ୍ରୀ ସେଠୀ ସାହସୀକତାର ପରିଚୟ ଦେଇ ଖରସ୍ରୋତା ନାଗାବଳୀରୁ ଗୋଟିଏ ଜୀବନ ରକ୍ଷା କରିପାରି ଥିବାରୁ ସବୁରି ମୁହଁରେ ତାଙ୍କରି ପ୍ରଶଂସା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.