ଲଗାଣ ବର୍ଷା ହେବା ଫଳରେ ଜଳବନ୍ଦୀରେ ରହିଥିଲେ ତିନି ଗାଁ : ଦଶଦିନ ପରେ ନିଜ ପଞ୍ଚାୟତକୁ ଗଲେ ରେଶନ ସାମଗ୍ରୀ ଆଣିବା ପାଇଁ

0

 ପରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାର ଗାଁ ଗାଁକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ସ୍ଵାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆଜିବି ଅନେକ ଗ୍ରାମକୁ ଭଲ ରାସ୍ତା ସହିତ ପୋଲ ଖଣ୍ଡେ ନିର୍ମାଣ ହୋଇପାରୁନି। ଯାହା ଫଳରେ ଆଜି ମଧ୍ୟ ଲୋକେ ଦୁର୍ଦ୍ଦଶାରେ ଜୀବନ ଯାପନ କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ।
ଗତ କିଛିଦିନ ହେବ ଲଗାଣ ବର୍ଷା ହେବା ଫଳରେ ହରଭଙ୍ଗି ନଦୀର ଜଳ ବଢିବାରେ ଲାଗିଥିଲା ଯାହା କି ଗୁରୁଝୋଳି ପଞ୍ଚାୟତର ବେତେଗଣ୍ଡା , ବାମଦେଇପଦା ଓ ପଣସଡ଼ିହ ଆଦି ଗ୍ରାମବାସୀ ୧୦ ଦିନ ଧରି ଜଳ ବନ୍ଦୀରେ ଜୀବନ କାଟୁଥିଲେ। ଦୀର୍ଘ ୧୦ ଦିନ ଜଳ ବନ୍ଦୀ ପରେ ନଦୀ ଜଳ ସ୍ତର କମିବା ପରେ ଖାଉଟି ସାମଗ୍ରୀ ପାଇଁ ନିଜ ପଞ୍ଚାୟତକୁ ନଦୀ ପାର ହୋଇ ଯାଉଛନ୍ତି ଗ୍ରାମବାସୀ।
ତିନି ଖଣ୍ଡ ଗ୍ରାମବାସୀ ହରଭଙ୍ଗି ଡ୍ୟାମ ଗେଟ ବନ୍ଦ କରିବା ପାଇଁ ନେହୁରା କରିଥଲେ ସ୍ଥାନୀୟ ଯନ୍ତ୍ରୀଙ୍କୁ । ଯନ୍ତ୍ରୀ ସେମାନଙ୍କ କଥା ଶୁଣି ଗେଟ୍ ବନ୍ଦ କରିଥଲେ ଫଳରେ ନଦୀର ଜଳ ସ୍ତର କମିଥିଲା । ଯାହା କି ୩ ଖଣ୍ଡ ଗ୍ରାମବାସୀ ବିପଦ ସଂକୁଳ ଅବସ୍ଥାରେ ଛୋଟ ଛୋଟ ପିଲାମାନଙ୍କୁ ଧରି ନଦୀ ପାର ହୋଇ ଖାଉଟି ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି । ୧୦ ଦିନ ଧରି ଗାଁରେ ଖାଇବା , ରହିବା ଓ ବିଜୁଳି ଭଳି ସମସ୍ୟାରେ ଜୀବନ ଅତିବାହିତ କରିଥିଲେ। ଏଭଳି ଦୁର୍ଦ୍ଦଶା ପରିସ୍ଥିତିରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ଓ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଜଣାଇ ଆସୁଛନ୍ତି ତଥାପି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯଦି ସରକାର ଏହି ତିନି ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଭଲ ସଡ଼କ ସହ ଏକ ପୋଲ ନିର୍ମାଣ କରିବେ ତା ହେଲେ ଉପକୃତ ହୋଇ ପାରିଥାନ୍ତୁ ବୋଲି କହିଛନ୍ତି।

Leave A Reply

Your email address will not be published.