ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ୧୫୪ତମ ଜୟନ୍ତୀ ପାଳନ ହୋଇଯାଇଛି।
ଏକାଡେମୀର ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦବେବର୍ତ୍ତା ସଭା ମୁଖ୍ୟ ଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଏବଂ ଭଞ୍ଜବିହାର ସ୍ଥିତ ବିଶ୍ୱବିଦ୍ୟାଳୟର ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫେସର ଡ.ପ୍ରସନ୍ନକୁମାର ସ୍ୱାଇଁ ମୁଖ୍ୟ ଅତିଥି , ଉପାନ୍ତ ପ୍ରହରୀ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତl , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନ ସମ୍ମାନୀତ ବକ୍ତାଭାବେ ଯୋଗଦାନ କରି ଭାଷା ବିଜ୍ଞାନୀ ପଣ୍ଡିତ ନନ୍ଦଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଚୟନ କରିଥିଲେ।
ସ୍ଵାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ ଡ.କଲ୍ୟାଣୀ ମିଶ୍ର ଦେଇଥିବା ବେଳେ ସ୍ନିଗ୍ଧାରାଣୀ ମିଶ୍ର ଧନ୍ୟବାଦ କରିଥିଲେ।
ଏହି ଅବସରେ ପ୍ରାରମ୍ଭିକ ସଙ୍ଗୀତ ଭକ୍ତିସଂଗୀତ ସଂସଦର ଶିଳ୍ପୀ ମାନେ ଗାନ କରିଥିଲେ ଏବଂ ଶ୍ରୀଜଗନ୍ନଥ ଓଡ଼ିଶୀ କଳକେନ୍ଦ୍ରର କଳାକାର ମାନେ ଓଡ଼ିଶୀ ଓ ମାହାରୀ ନୃତ୍ୟ ପରିବେଷଣ କରିଥିଲେ।
ଅରୁପାଞ୍ଜଳି ମହାନ୍ତି , ଡି.ପ୍ରିୟଙ୍କା, ନିତ୍ୟାନନ୍ଦ ଚୌଧୁରୀ , ମୂରଲୀଧର ପରିଚ୍ଛା ,ବିଷ୍ଣୁ ଚରଣ ପଣ୍ଡା , ତ୍ରିପତି ପ୍ରସାଦ ପଣ୍ଡା , ଭାରତ ଭୂଷଣ ମହାନ୍ତି , ନରସିଂହ ଗୌଡ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post