ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଜିଲ୍ଲାସ୍ତରୀୟ ଆଇନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି ପ୍ରତିଯୋଗିତାରେ ୧୭ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ଯଥା- ପ୍ରବନ୍ଧ , ବକ୍ତୃତା , ଚିତ୍ରାଙ୍କନ ଓ ବ୍ୟଙ୍ଗ ପ୍ରଭୃତିରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ି ଭଲ ମଣିଷ ହେବାକୁ ପରାମର୍ଶ ଦେଇ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ , ଅଧାରୁ ପାଠ ପଢା ନ ଛାଡ଼ି ସ୍କୁଲ ମୁହାଁ ହେବା ଏବଂ ମିଥ୍ୟା ପ୍ରଲୋଭନରେ ନ ପଡ଼ି ଦାଦନ ଶ୍ରମିକ ଭାବେ ଖଟିବାକୁ ବାହାର ରାଜ୍ୟକୁ ନ ଯିବା ଏବଂ ସମସ୍ତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସେମାନଙ୍କ ଭୂମିକା ଉପରେ କହିଥିଲେ।
ସମ୍ମାନିତ ଅତିଥି ଭାବେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଏସଡିଜେଏମ୍ ଶ୍ରୀମତୀ ବର୍ଷା ଶର୍ମା ଏବଂ ଜେଏମଏଫସି ଶ୍ରୀ ଶୁଭଜିତ୍ ବେହେରା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ପ୍ରତିଯୋଗିତାର ଡ୍ରାମାରେ ଜବାହର ନବୋଦୟ ବିଦ୍ୟାଳୟ ପ୍ରଥମ , ପାରଳା ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ଓଏଭି ଗୁଣ୍ଡିମା , ମୋହନା ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାରେ କେଭି ଗଜପତିର ଅସ୍ମିତ ପଟ୍ଟନାୟକ ପ୍ରଥମ , ପାରଳାର ଏସଏସଭିଏମ: ହାଇସ୍କୁଲର ଶ୍ରୀ ସୁଧାକର ପଣ୍ଡା ଦ୍ୱିତୀୟ ଏବଂ ଅଲଡା ଓଏଭି ର ରଣାସ୍ଥଳମ ହରିତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ବକ୍ତୃତା ପ୍ରତିଯୋଗିତାରେ ଖାରଡ଼ା ବିଏମ୍ ହାଇସ୍କୁଲର ଅବିଲିଙ୍ଗି ଝାନସୀ ପ୍ରଥମ , କେଭି ଗଜପତିର ରୂପକ ରଥ ଦ୍ୱିତୀୟ ଏବଂ ପାରଳା ଏସଏସଭିଏମ୍ ସୁଶୋଭନ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିଭଳି ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୁମ୍ମା ସରକାରୀ ହାଇସ୍କୁଲର ମାଗୁଣି ବଦମୁଣ୍ଡି ପ୍ରଥମ , ଏମଏମ: ହାଇସ୍କୁଲର ସୁମିତ୍ କୁମାର ମହାପାତ୍ର ଦ୍ୱିତୀୟ ଏବଂ ଛେଲିଗଡ ଓଏଭି ର କୈଳାଶ ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁଡ଼ିକରେ ବିଚାରକ ଭାବେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର , ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ମନୋଜ କୁମାର ପାଢ଼ୀ , ଶ୍ରୀ ମୁରଲୀଧର ପରିଚ୍ଛା ଓ ଶ୍ରୀ ପରମେଶ୍ବର ବେହେରା , ଶ୍ରୀ ବିନୋଦ କୁମାର ରଥ , ଶ୍ରୀ ଲିଙ୍ଗରାଜ ଦାସ ଏବଂ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସେମାନଙ୍କ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିଥିଲେ।
Sign in
Sign in
Recover your password.
A password will be e-mailed to you.