ମେଗା ରକ୍ତଦାନ ଶିବିର ଅନୁଷ୍ଠିତ: ୧୦୫୬ ୟୁନିଟ ରକ୍ତ ସଂଗ୍ରହ

0

ବରଗଡ଼:-ବରଗଡ଼ ଜିଲ୍ଲା ବିଜେପୁର ଠାରେ ଦିବଙ୍ଗତ ନେତା ସ୍ୱର୍ଗତ ସୁବଳ ସାହୁ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଦିବସ ଉଦ୍ଦେଶ୍ୟରେ ଏବଂ ବିଜୁଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ସ୍ଥାନୀୟ ଏସ.ଏଚ.ଜି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ନିଲକୁମାରୀ ନାଏକ, ବିଜେପୁର ବ୍ଳକ ଚେୟାରମେନ ଶ୍ରୀମାନ ମୋତିରାମ ସାହୁ ଏହି ଶିବିର ରେ ଅତିଥି ଭାବେ ଯୋଗକରି ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ବରଗଡ ଜିଲ୍ଲା ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତଦାନ ଶିବିର ରେ ସମୁଦାୟ ୧୦୫୬ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ।ଏହି ମେଗା କାର୍ଯ୍ୟକ୍ରମ ରକ୍ତଦାତା ମାନେ ରକ୍ତଦାନ ସମୟ ରେ ବେଶ ଉତ୍ସାହିତ ଥିବା ଦେଖାଯାଇଥିଲା। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେର ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟବେକ୍ଷକ ଭାବେ ଶିବିର ରେ ଅନବରତ ପରିଭ୍ରମଣ କରୁଥିବା ଦୃଷ୍ଟି ଗୋଚର ହୋଇଛି ।

Leave A Reply

Your email address will not be published.