ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ ଚଳିତ ବର୍ଷ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ ହୋଇଯାଇଛି।
ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପାରଳାଖେମୁଣ୍ଡି ସହର ଉତ୍ସବମୁଖର। ପାରଳାଖେମୁଣ୍ଡି ସହର କାରଣ ସାହି ନୃସିଂହନାଥ ମଠରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହୋଇଯାଇଛି।
ବାଲଗୋପାଳଙ୍କୁ କ୍ଷୀର , ଦହି , ମହୁ , ଗୁଡ଼ , ଗୁଆଘିଅ , ପଇଡ଼ ପାଣି , ନଡ଼ିଆ ପାଣିରେ ସ୍ନାନ କରାଯାଇଥିଲା। ଏହି ଜନ୍ମାଷ୍ଟମୀ ଉତ୍ସବରେ ପାରଳାର ସଂକୀର୍ତ୍ତନ ଦଳ ସହ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଜନସମାଗମ ହୋଇଥିଲା।
ରବିବାର ଦିନ ସନ୍ଧ୍ୟାରେ ପାରଳା ସହାରରେ ନନ୍ଦୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶ୍ରୀକାରଣ ସାହିରେ ଥିବା ଶ୍ରୀ ଶ୍ରୀ ଶ୍ରୀ ରାଧାମୋହନ ମନ୍ଦିରରୁ ଠାକୁର ସୁସଜ୍ଜିତ ବିମାନରେ ବାହାରି ନଗର ପରିକ୍ରମା କରିଥିଲେ। ଏହି ସମୟରେ ପାରଳା ସହରର ୧୫ ସ୍ଥାନରେ ନନ୍ଦୋତ୍ସବ ତଥା ଦହି ହାଣ୍ଡି ଭଙ୍ଗା ପର୍ବ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.