ଜିଲ୍ଳା କଂଗ୍ରେସ ଭବନ ଠାରେ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ତିଥି ରେ” ଶ୍ରଦ୍ଧାଞ୍ଜଳୀ” ଦିବସ

0

ନବରଙ୍ଗପୁର(ଅଶୋକ ସାହୁ) : ଜିଲ୍ଳା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ବର୍ଷ ଜନ୍ମ ତିଥି ରେ” ଶ୍ରଦ୍ଧାଞ୍ଜଳୀ” ଦିବସ ରୂପେ ଜିଲ୍ଲା ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି।ଉପସ୍ଥିତ ରହି ବରିଷ୍ଠ ନେତା ଶ୍ରୀ ସଦନ ନାୟକ, ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ, ଶ୍ରୀ ଦିଲ୍ଲିପ ବେହେରା,ଶ୍ରୀ ପ୍ରଦୀପ ସାହୁ,ଶ୍ରୀ ବୃନ୍ଦାବନ ତ୍ରିପାଠୀ ଶ୍ରୀ ଅବଦୁଲ୍ ଫି ରୋଜ ଶ୍ରୀ ସୁନାମ ପତ୍ର ସୁନା, ଶ୍ରୀ ନବକିଶୋର ମନ୍ଦାର,ଶ୍ରୀ ଦେବକାନ୍ତ ପଣ୍ଡା, ଶ୍ରୀ ବାସୁଦେବ ପଟ୍ଟନାୟକ, ଶ୍ରୀ ଶେଖ୍ ଚାନ୍ଦ ଉଷ୍ମା ନି,ଶ୍ରୀ ସୁରଜ୍ ଲାଲ,ଶ୍ରୀ ଭବାନୀ ସାହୁ,ଶ୍ରୀ ଉର୍ଦ୍ଧ ବ ପ୍ରଧନି,ଶ୍ରୀ ବାମଦେବ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଗାନ୍ଧୀଙ୍କ ସ୍ମୁତି ଚାରଣ କରିଥିଲେ, ସଭାରେ ଯୁବ ମାନସର ପ୍ରତୀକ ଦେଶର ସର୍ବ କନିଷ୍ଠ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ସମୟରେ ଦେଶରେ ପଞ୍ଚାୟତ ରାଜ ବ୍ୟବସ୍ଥା,କମ୍ପ୍ୟୁଟର ର ବହୁଳ ବ୍ୟବହାର,୧୮ ବର୍ଷ ରେ ଭୋଟ ଦେବା ଅଧିକାର ଭଳି ଅନେକ ଯୋଜନା ପ୍ରଣୟନ କରିଥିଲେ।ଯୁବକ,ଯୁବତୀ ମାନେ କିଭଳି ଆତ୍ମ ନିର୍ଭର ଶିଳ ହେବାସହ ଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସେଥିପାଇଁ ସଦାବେଳେ ଚିନ୍ତିତ ଥିଲେ।ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା କଂଗ୍ରେସ ଦଳର ମୁଖ୍ୟ ଆଦର୍ଶ ବୋଲି ବରିଷ୍ଠ ନେତା ଶ୍ରୀ ସଦନ ନାୟକ ଉପସ୍ଥାପନ କରିବା ସହ ଯୁବ ପିଢ଼ି ଙ୍କୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.