୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାର ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖି ଛାତ୍ର ଅଭିଜିତ ପୁରସ୍କୃତ

0

ରାୟଗଡରୁ ସରୋଜ କୁମାର ସାହୁ: ଚଳିତ ବର୍ଷ ୭୬ତମ ସ୍ୱାଧୀନତା ଦିବସ ଅବସରରେ ମୂଖ୍ୟ ଅତିଥି ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ସମ୍ମଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ପରେ ରାୟଗଡ ଜିଲ୍ଲାର ଦଶମ ଶ୍ରେଣୀରେ ବିଭିନ୍ନ ବୋର୍ଡ଼ରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସେଥିମଧ୍ୟରୁ ରାୟଗଡ ସଦର ମହକୁମାର ଦୀପ୍ତି କନଭେଣ୍ଟ ସ୍କୁଲର ଛାତ୍ର ଅଭିଜିତ ପରିଡା ଆଇସିଏସସି ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ୯୯ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଏହିଅବସରରେ ଛାତ୍ର ଅଭିଜିତଙ୍କୁ ପୁରସ୍କୃତ କରିଥିଲେ । ଅଭିଜିତଙ୍କ ପିତା ସୁଶାନ୍ତ କୁମାର ପରିଡା ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ମାତା ସରୋଜିନୀ ବିଶ୍ୱାଳ ପେଶାରେ ଜଣେ ଶିକ୍ଷୟତ୍ରୀ ଅଛନ୍ତି । ଅଭିଜିତ ଏହି ସଫଳତାର ଶ୍ରେୟ ନିଜର ପିତା, ମାତା ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେବା ସହ ନିଜର କଠିନ ପରିଶ୍ରମ କରି ସଫଳତାର ପାହାଚ ଚଢ଼ିବାକୁ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.