ବନ୍ୟା ଆଳରେ ଚାଲିଛି ବେଆଇନ କାମ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପ୍ରବଳ ମାତ୍ରାରେ ହେବାରୁ ଚାରିଆଡେ ବିଲ, ପାଣି, ପୋଖରୀ, ନଦୀ, ନାଳରେ ବର୍ଷା ଜଳ ଭରପୁର ହୋଇରହିଛି l ହୀରାକୁଦରେ ଚାଳିଶି ଗେଟ ଖୋଲାଯିବାରୁ ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି l ଏଥିରେ ଜଗତସିଂହପୁର ଆଳିପିଙ୍ଗଳସ୍ଥିତ ଦେବୀନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବେଶ କରିବାରୁ ବନ୍ୟାର ପରିସ୍ଥିତି ସୃଷ୍ଟି ହେଇଛି l ଚଳିତ ବର୍ଷ ଆଳିପିଙ୍ଗଳ ସ୍ଥିତ ଦେବୀନଦୀ ପାସବୃତ୍ତି ନଦୀ ବନ୍ଧକୁ ସୁଦୃଢ କରିବା ପାଇଁ ଶାସକ ତଳ ଜିଲ୍ଲାପରିଷଦ ସ୍ୱାମୀ ଚୋରା ମାଟି ମାଫିଆ, ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିଧାୟକଙ୍କ ଠାରେ ଠିକା କାର୍ଯ୍ୟ କରି ବେଆଇନ ଭାବେ ନଦୀ ପଠାରୁ ମାଟି ଖୋଳି ନଦୀବନ୍ଦକୁ ଦୁର୍ବଳ କରିଥିଲେ l ସ୍ଥାନୀୟ ଲୋକ ପ୍ରବଳ ଅସନ୍ତୁଷ୍ଟ ପ୍ରକାଶ କରି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ l ଅଧିକାରୀ ଏବଂ ଠିକାଦାର ଜନସାଧାରଣଙ୍କ ଅଭିଯୋଗକୁ ବିକ୍ଷୋପ କରିନଥିଲେ l ବର୍ତମାନ ପରିସ୍ଥିତିରେ ଏହି ଦୁର୍ବଳ ନଦୀବନ୍ଦରେ ସ୍ଥାନେ ସ୍ଥାନେ ଘଳିଆ ଉପୁଜିବାରୁ ବିଧାୟକଙ୍କ ନିର୍ଦ୍ଧେଶକ୍ରମେ ପୁନର୍ବାର ମାଟି ମାଫିଆ ଚଳ ସଚଳ ବିଭାଗ ସହ ନିର୍ଦେଶରେ ବାଲି ବସ୍ତା ପକାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ କରିବାକୁ ମାସୁଦା ଚଳାଇଛନ୍ତି l ଚୋରା ମାଟି ମାଫିଆ ବିଭାଗୀୟ ଯନ୍ତ୍ରୀ ଜନ ପ୍ରତିନିଧି ମଧୁଚନ୍ଦିକାକୁ ନେଇ ଉକ୍ତ ଅଞ୍ଚଳରେ ଅସନ୍ତୁଷ୍ଟ ଦେଖାଯାଇଛି l ହଜ଼ାର ହଜ଼ାର ଲୋକ ଆତଙ୍କିତ ଅବସ୍ଥାରେ ଥିଲା ବେଳେ ମନ୍ତ୍ରୀମାନେ ଆସି ବନ୍ଧରୁ ନଦୀ କୁ ନ ଦେଖି ଫେରିପଳାଉଛନ୍ତି l

Leave A Reply

Your email address will not be published.