ଗାଈ,ଛେଳି ଗୁହାଳରେ ଜୀବନ କାଟୁଛନ୍ତି ୩୦ପରିବାର :ଲଗାଣ ବର୍ଷାପବନରେ ଉଜୁଡିଯାଇଥିଲା ଘରର ଛପର

0

ପ୍ରଶାସନର ଉଦାସୀନତାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ରାୟଗଡ(ସରୋଜ କୁମାର ସାହୁ) : ଜିଲ୍ଳା ପ୍ରଶାସନ ହେଉ ବା ବ୍ଳକ ପ୍ରଶାସନ ପାଖରେ ଅଭିଯୋଗ ଦେଇ ସହାୟତାର ଅପେକ୍ଷା କଲେ ଆମକୁ କିଛି ହେଲେ ସାହାର୍ଯ୍ୟ ମିଳୁନାହିଁ । ନିଜ କ୍ଷମତାରେ ଯାହାକିଛି ସମ୍ଭବ ତାହା ନେଇ ଜୀବନ କାଟୁଛୁ । ଆଜକୁ ଏକ ମାସରୁ ଉର୍ଦ୍ଧ ହେବ ଲଗାଣ ବର୍ଷାପବନ ଯୋଗୁଁ  ମୁଣ୍ଡ ଉପରୁ ଛାତ ଉଡିଯାଇଥିଲେ ମଧ୍ୟ ଅଭିଯୋଗ ପାଇ କେହି ହେଲେ ସରକାରୀ ବାବୁୂ ଆମକୁ ଦେଖିବାକୁ ଆସି ନାହାନ୍ତି କି କିଛି ସହାୟତା ଦେଉନାହାନ୍ତି । ତାହାହେଲେ କାହିିଁକି ଆମେ ପ୍ରଶାସନର ସହାୟତାକୁ ଅନେଇ ବସିବୁ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ନିରାଶ୍ରୟ ପାଲଟି ଥିବା ରାୟଗଡା ଜିଲ୍ଳା ସଦର ବ୍ଳକର ଡାଙ୍ଗଲୋଡି ପଂଚାୟତ ଅର୍ନ୍ତଗତ ଖିଂଜିଲିଙ୍ଗ ଗ୍ରାମର ୩୦ଟି ପରିବାର । ପ୍ରକାଶ ଥାଉ କି ଗତ ଜୁଲାଇ ଓ ଚଳିତ ଅଗଷ୍ଟ ମାସରେ ହୋଇଥିବା ଲଗାଣ ବର୍ଷା ଓ ପବନ ଯୋଗୁଁ ଖିଂଜିଲିଙ୍ଗ ଗ୍ରାମର ୩୦ଟି ଆଦିବାସୀ ପରିବାରଙ୍କ ଘରର ଛପର ଉଡିଯାଇଥିଲା । ଅନ୍ୟତ୍ର୍ର କୈାଣସି ଉପାୟ ନ ପାଇ ସେମାନେ ବାଧ୍ୟ ହୋଇ ଗାଈ ଓ ଛେଳି ଗୁହାଳରେ ନିଜ  ଘରର ଆସବାବପତ୍ର ନେଇ ପରିବାରକୁ ନେଇ ସେଠାରେ ହିଁ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଖାଇବା ସହ ସେଠାରେ ହିଁ ଶୋଉଛନ୍ତି । ପାଳିତ ଗାଈ ଓ ଛେଳିଙ୍କ ମୂତ,ଗୋବରର ଅପରିଷ୍କାର ପରିବେଶରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ରହିବା ଦ୍ୱାରା ନାନା ରୋଗରେ ପୀଡିତ ହୋଇ ରୋଗାକ୍ରାନ୍ତ ହୋଇ ଖର୍ଚ୍ଚାନ ହେଉଛନ୍ତି । ଏ ନେଇ ଲଗାଣ ବର୍ଷା ବନ୍ଦ ହେବା ପରେ ଗତ ୬ତାରିଖରେ ଗ୍ରାମର କିଛି ଯୁବକମାନେ ବ୍ଳକ ବିଡିଓଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ନିଜ ଦୁର୍ଦ୍ଧଶାର ସୂଚନା ଦେଇଥିଲେ ମଧ୍ୟ ୧୫ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ୍ କୈାଣସି ପ୍ରଶାସନିକ ଅଧିକାରୀ ଗ୍ରାମରେ ପାଦ ପକାଇ ନାହାନ୍ତି । ଯେଉଁ ୩୦ପରିବାର ଏଭଳି ଦୁର୍ଦ୍ଧିନରେ ଅଛନ୍ତି ସେମାନେ ହେଲେ କୁପୁନେ ହିମିରିକା,କେପା କାଡ୍ରାକା,ତୁଳସି କଣ୍ଡାଗରୀ,ପ୍ରେମାନନ୍ଦ କଣ୍ଡାଗରୀ,ଗୁଂଜରା କଣ୍ଡାଗରୀ,ତୁମ୍ବନାଥ କଣ୍ଡାଗରୀ,ପଲିଗା କଣ୍ଡାଗରୀ,ସାରଥୀ ହିମିରିକା,ପାଇକ କଣ୍ଡାଗରୀ,ପାଲେ ମାଣ୍ଡାଙ୍ଗି,ଲିମ୍ବ କଣ୍ଡାଗରୀ,ସରସ୍ୱତୀ କଣ୍ଡାଗରି,ସେଖା କଣ୍ଡାଗରୀ,ସାଲମେ କଣ୍ଡାଗରି,ପାଗୁ କଣ୍ଡାଗରୀ,ଲିଙ୍ଗରାଜ କଣ୍ଡାଗରୀ,ପୂର୍ଣ୍ଣ କଣ୍ଡାଗରୀ,କିଷ୍ଣ୍ରା କଣ୍ଡାଗରୀ,ସନା ମାଣ୍ଡାଙ୍ଗି ଓ ପଲିଗା କଣ୍ଡାଗରିଙ୍କ ସହ ଅନ୍ୟମାନେ ରହିଛନ୍ତି । ସେହିପରି ଗ୍ରାମର ୱାର୍ଡ ସଭ୍ୟ ଅଜିତ ମାଣ୍ଡାଙ୍ଗି ପ୍ରଶାସନିକ ସହାୟତାରେ ବିଳମ୍ବତା ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରକାଶ ଥାଉ କି ଖିଂଜିଲିଙ୍ଗ ଗ୍ରାମରେ ୭୪ଟି ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାରୁ ବଂଚିତ ହୋଇ ରହିଛନ୍ତି ଯାହାର ପରିଣାମ ସ୍ୱରୂପ ସାମାନ୍ୟ ବର୍ଷା ପବନରେ ଘରର ଛପର ଉଡିଯାଇ ନିରାଶ୍ରୟ ହେଉଛନ୍ତି ଅନେକ ପରିବାର । ଏ ନେଇ ରାୟଗଡା ବିଡିଓ ରାଜେନ୍ଦ୍ର ମାଝି ପୂର୍ବରୁ ଘଟଣା ସଂପର୍କରେ ଅବଗତ ନ ଥିଲି । ତହସିଲ କର୍ତୁପକ୍ଷଙ୍କ ସହ ଆଲୋଚନା କରି ପୀଡିତ ପରିବାରଙ୍କୁ ପଲିଥିନ ଯୋଗାଇ ଦେବା ସହ ଅଗା୍ରଧିକାର ତାଲିକା ଯାଂଚ କରିବା ସହ ଆବାସ ଯୋଜନା ପାଇଁ କିଏ କିଏ ଆବେଦନ କରିଛନ୍ତି ତାହା ଅନୁଧ୍ୟାନ କରାଯାଇ ତାଙ୍କୁ ସାମିଲ କରି ଗୃହ ପ୍ରଦାନର ତୁରନ୍ତ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଅନ୍ୟପଟେ ଖବର ପାଇ ପଂଚାୟତ ସମିତି ଅଧ୍ୟକ୍ଷ ପେଦେଂଟି ରାମୁଲୁ ଉକ୍ତ ଗାଁକୁ ପରିଦର୍ଶନରେ ଯାଇ ଦୁର୍ଦ୍ଧିନରେ ଥିବା ପରିବାରଙ୍କୁ ଭେଟିବେ ବୋଲି କହିଛନ୍ତି । ପ୍ରଶାସନ ଖବର ପାଇବା ପରେ ଗ୍ରାମବାସୀଙ୍କୁ କିଭଳି ସହାୟତା ପ୍ରଦାନ କରିବ ଏବେ ତାହା ଦେଖିବାକୁ ବାକି ରହିଲା । 

Leave A Reply

Your email address will not be published.