ଅମୃତ ମହୋତ୍ସବରେ ଓଡିଆ ଅସ୍ମିତା ପାଇଁ ମୋଦି ସରକାରଙ୍କ ଭୂମିକା ଅତୁଳନୀୟ: ସମୀର ମହାନ୍ତି

0

 ଯାଜପୁର ଜିଲ୍ଲା ଧର୍ମାଶାଳାର ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଅବସରରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଓ ଜନସାଧାରଣ ତ୍ରିରଙ୍ଗା ପତାକାକୁ ହାତରେ ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ ।
ଆଗାମୀ ୨୫ ବର୍ଷର ଅମୃତ କାଳଖଣ୍ଡ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶେଷ ଭାବେ ଯୁବପିଢୀଙ୍କ ପାଇଁ ସ୍ୱତନ୍ତ୍ର ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଯୁବପିଢୀଙ୍କୁ ସ୍ୱାଧୀନତା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ଏବଂ ବଳିଦାନ ସଂପର୍କରେ ଭଲଭାବେ ଅବଗତ କରାଇବା ଏହି ଯାତ୍ରାର ମୂଳ ଲକ୍ଷ୍ୟ । ସ୍ୱାଧୀନତା ସଂଗ୍ରାମରୁ ଶକ୍ତି ଏବଂ ସ୍ୱାଧୀନତା ସେନାନୀଙ୍କ ବିଚାର ଓ ସଂକଳ୍ପକୁ ପାଥେୟ କରି ଆସନ୍ତା ଅମୃତ କାଳଖଣ୍ଡରେ ଭାରତବର୍ଷକୁ ଆତ୍ମନିର୍ଭର, ବିଶ୍ୱର ଶ୍ରେଷ୍ଠ ଦେଶ ଏବଂ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ଯୁବପୀଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଜିର ଏହି ଅମୃତ ବେଳାରେ ଯୁବପିଢୀ ସଂକଳ୍ପ ନେବା ଆବଶ୍ୟକ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅମୃତ ମହୋତ୍ସବ କାଳଖଣ୍ଡରେ ମୋଦୀ ସରକାରଙ୍କ ୮ବର୍ଷ ଶାସନ ମଧ୍ୟରେ ଓଡ଼ିଆ ଅସ୍ମିତା ପାଇଁ ତାଙ୍କ ଭୂମିକା ଅତୁଳନୀୟ । ସମସ୍ତ କ୍ଷେତ୍ରରେ ମୋଦି ସରକାର ଆଜି ଓଡ଼ିଆଙ୍କୁ ସମ୍ମାନୀତ କରିଛନ୍ତି । ନିଜ ମନ୍ତ୍ରୀମଣ୍ଡଳରେ ୩ଓଡ଼ିଆଙ୍କୁ ମନ୍ତ୍ରୀ କରିବା ସହ ସମସ୍ତ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ଦେଇଛନ୍ତି । ସେହିଭଳି ସର୍ବୋପରି ଦେଶର ପ୍ରଥମ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦରେ ଅଳଂକୃତ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁୁର୍ମୁ ଆମ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ସମଗ୍ର ଭାରତ ବର୍ଷରେ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତୀୟ ଜନତା ପାଟି ଅଗଷ୍ଟ ୯ କ୍ରାନ୍ତିଦିବସଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ସ୍ୱାଧୀନତା ଦିବସରେ ଶେଷ ହୋଇଛି । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ପଦଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଶାରଦା ଶତପଥୀ, ଜିଲ୍ଲା ସଭାପତି ଶ୍ରୀ ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ସ୍ମୃତିରେଖା ପହି, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଂଯୋଜକ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.