ଅସୁସ୍ଥତା ସତ୍ତ୍ୱେ ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ

0

ପ୍ରଶାସନ ଓ ଲୋକଙ୍କ ସହିତ ଆଲୋଚନା କରି ତ୍ୱରିତ ସମାଧାନ ପାଇଁ ଗ୍ରହଣ କଲେ ପଦକ୍ଷେପ

ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭନା ବ୍ଲକ ହୀରାକୁଦ ଜଳଭଣ୍ଡାର ସୀମାକୁ ଲାଗି ରହିଛି । କହିବାକୁ ଗଲେ ଏହି ବ୍ଲକର ଚିଖିଲି ଗ୍ରାମରେ , ହୀରାକୁଦ ଜଳଭଣ୍ଡାର ରେ ପାଣିର ଲେବେଳ ବଢ଼ିଗଲେ ବନ୍ୟାଜଳ ପ୍ରବେଶ କରିଥାଏ । ବିଗତ ଦୁଇ ଦିନ ଧରି ଚିଖିଲି ଓ ଆଖପାଖ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ଗ୍ରାମବାସୀ ମାନଙ୍କୁ ଆସିବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ପ୍ରବଳ ଅସୁସ୍ଥତା ସତ୍ତ୍ୱେ ଆଜି ଚିଖିଲି ଗ୍ରାମ ପରିଦର୍ଶନ ରେ ଯାଇ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ଭାବରେ ନିରୀକ୍ଷଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ମାନ୍ୟବର ବିଧାୟକ ଶ୍ରୀ ସିଂହ ଗତ କିଛିଦିନ ହେଲା ଶାରୀରିକ ଭାବରେ ଅସୁସ୍ଥ ଅନୁଭବ କରୁଛନ୍ତି ହେଲେ ଆଜି ନିଜର ଶାରୀରିକ ଅସୁସ୍ଥତା କୁ ବୃକ୍ଷେପ ନ କରି ଆଜି ଚିଖିଲି ପଂହଂଚି ଲୋକଙ୍କୁ ସହିତ ତାଙ୍କ ଦୁଃଖକଷ୍ଟ ରେ ସାମିଲ ହୋଇଥିଲେ ଓ ବନ୍ୟା ପୀଡିତ ଲୋକଙ୍କୁ ନିୟମ ମୁତାବକ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବର ବ୍ୟବସ୍ଥା କରିଥିଲେ ।

Leave A Reply

Your email address will not be published.