ପୌର ନିର୍ବାଚନ ନେଇ ସଜବାଜ, ରାଜ୍ୟ ନିର୍ବାଚନ କମିଶନ ନେଲେ ବୈଠକ 

0

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ବୈଠକରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ସାଧାରଣ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟ ନିର୍ବାଚନ କମିଶନର  ନବକୁମାର ନାୟକଙ୍କ ଅଧ୍ୟକ୍ଷତାରେ ତିନୋଟି ପର୍ଯ୍ୟାୟରେ ସମସ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ ଏବଂ ନୋଡାଲ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲାା ଉତ୍ତରାଞ୍ଚଳ ଆର୍ଡିସି, ଦକ୍ଷିଣାଞ୍ଚଳ ଆର୍ଡିସି ଏବଂ କେନ୍ଦ୍ରାଞ୍ଚଳ ଆର୍ଡିସି ଜୋନ୍ ଅଧୀନରେ ଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନୋଡାଲ ଅଧିକାରୀଙ୍କୁ ନେଇ ଚଳିତ ଅଗଷ୍ଟ ୧୮, ୨୧ ଓ ୨୩ ତାରିଖରେ ବୈଠକ ଅନୁଷ୍ଠିତ ହୋଇଥିଲାା

ବୈଠକରେ ନିର୍ବାଚନ ଅଧିକାରୀ, ନୋଡାଲ ଅଧିକାରୀ ଏବଂ ପି୍ରଜାଇଡିଂ ଅଧିକାରୀଙ୍କ କାର୍ଯ୍ୟ, ଇଭିଏମ୍ ପରିଚାଳନା, ଆଦର୍ଶ ଆଚରଣ ବିଧି, ଭୋଟର ତାଲିକା, ଭୋଟ ଗ୍ରହଣ କେନ୍ଦ୍ର, ନାମାଙ୍କନ ପ୍ରକ୍ରିୟା. ନିର୍ବାଚନ ଚିହ୍ନ ବଣ୍ଟନ, ପୋଲିଂ ଅଧିକାରୀଙ୍କ ନିଯୁକ୍ତି ଓ ତାଲିମ, ଷ୍ଟ୍ରଙ୍ଗ ରୁମ୍, ସୁରକ୍ଷା ବ୍ୟବସ୍ଥା, ଭୋଟଗଣତିଏବଂ ନିର୍ବାଚନ ଫଳାଫଳ ଘୋଷଣା ଆଦି ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲାା

ଏହି ବୈଠକରେ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ସ୍ୱତନ୍ତ୍ର ସଚିବ ଶ୍ରୀ ଅଶୋକ କୁମାର ଦାଶ,ଉପସଚିବ ଶ୍ରୀ ଆଜାଦ ହିନ୍ଦ୍ ପାଣିଗ୍ରାହୀ, ଆଇନ୍ ଅଧିକାରୀ ମାଧୁରୀ ମିଶ୍ର, ଅନୁସଚିବ ଶ୍ରୀ ବାଙ୍କନିଧି ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲୋ 

Leave A Reply

Your email address will not be published.