ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଦ୍ୱାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ରେ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଦ୍ଵାର ଜାତୀୟ କୃମି ନାଶକ ଦିବସ -୨୦୨୨ଅଗଷ୍ଟ ରାଉଣ୍ଡ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଉଦଘାଟନୀ ସମୟରେ ସମସ୍ତ ଛାତ୍ରୀମାନଙ୍କ ଉର୍ଦ୍ଧେଶରେ ସରକାରଙ୍କ ଜାତୀୟ କୃମି ନଶକ ସେବନ ଦ୍ୱାରା ପିଲାମାନେ ରକ୍ତହୀନତାରୁ ଦୁରେଇ ରହିବେ ଏବଂ ସେମାନଙ୍କର ଉଭୟ ମାନସିକ ଓ ଶାରରିକ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ମକ୍ତବ୍ୟ ରଖିଥିଲେ l ଜିଲ୍ଳାର ସମୁଦାୟ ୨ ଲକ୍ଷ ୪୩ ହଜ଼ାର ୩୩୮ ପ୍ରଥମ ବର୍ଷରୁ ୧୯ ବର୍ଷ ପିଲାମାନେ ଅଗଷ୍ଟ ରାଉଣ୍ଡରେ ସମସ୍ତ ସରକାରୀ, ବେସରକାରୀ, ସେଣ୍ଟ୍ରାଲ ସ୍କୁଲ, ପ୍ଲେ ସ୍କୁଲର ପିଲାମାନେ କୃମି ନାଶକ ସିରାପ ଓ ବଟିକା ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. କ୍ଷେତ୍ରବାସୀ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ପ୍ରମୋଦ କୁମାର ବାରିକ,ବି.ପି.ଏମ. ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଏ.ଡି.ପି.ଏଚ.ସି.ଓ ସଚଳା ମହାନ୍ତି, ଏପିଏମ ମମତା ଦାଶ, ଆସିଷ୍ଟାଣ୍ଟ ମ୍ୟାନେଜର ଅମିତା ପଣ୍ଡା, ସ୍ବସ୍ତି ମହାନ୍ତି, ସୁଜାତା ପ୍ରିୟମ୍ବଦା ଦାସ, ଭିବିଡି କନସଲଟାଣ୍ଟ ଅସିତ ଦାଶ, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶୃତକିର୍ତ୍ତୀ ଦାସ, ସହକାରୀ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଦାସ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀ ଦିପ୍ତିମୟୀ ଷଢଙ୍ଗୀ, ଆଶାକର୍ମୀ ପ୍ରମିଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଉଦଘାଟନୀ କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ଛାତ୍ରୀ ସ୍ନେହାଶ୍ରୀ ଶ୍ରେତପର୍ଣ୍ଣା ଦାଶ ସୁନ୍ଦର ଭାବେ ସ୍ୱାଗତ ସଂଗୀତ ଗାଇଥିଲେ l ଶେଷରେ ଶୁକାନ୍ତ କୁମାର ପ୍ରଧାନ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.