ତିର୍ତ୍ତୋଲ ବ୍ଳକ କର୍ମଚାରୀଙ୍କ ମନମାନି, ହାତଗୁଂଜା ନଦେଲେ ଭତ୍ତା ହେଉନି 

0

 

ତିର୍ତ୍ତୋଲ/ରମେଶ  ମହାନ୍ତି  -କିଛିଦିନ ହେବ ତିର୍ତ୍ତୋଲ ବ୍ଳକ କର୍ମଚାରୀଙ୍କ ମନମାନିକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।ଏପରିକି ଏଇ କିଛି ଦିନ ପୂର୍ବେ ଉକ୍ତ ବ୍ଲକ କମ୍ପ୍ୟୁଟର ଡାଟାଏନ୍ଟରି ଅପରେଟରଙ୍କ କାରନାମା ଲୋକଲୋଚନକୁ ଆସିବା ପରେ ତାଙ୍କୁ ନିଳମ୍ବି କରାଯାଇଥିଲା।ସେହିପରି ପୁନର୍ବାର ଭତ୍ତା ବିଭାଗ କର୍ମଚାରୀଙ୍କ ମନମାନିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ସରକାର ଗରିବ ଲୋକଙ୍କ ନିମନ୍ତେ ଯୋଜନା ପରେ ଯୋଜନା କରିଚାଲିଛନ୍ତି।କିନ୍ତୁ କିଛି ଅସାଧୁ ବ୍ଲକ କର୍ମଚାରୀଙ୍କ ଯୋଗୁଁ ସରକାରଙ୍କ ଏହି ଯୋଜନା ଗୁଡିକର ସୁବିଧା ସୁଯୋଗ ପାଇବାକୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ସାଧାରଣ ଭତ୍ତାଟିଏ ପାଇବା ପାଇଁ (ବାର୍ଦ୍ଧକ୍ୟ ହେଉ ଅବା ଭିନ୍ନକ୍ଷମ)ଆବେଦନ କଲେ ମଧ୍ୟ ବର୍ଷାଧିକ ସମୟ ଦୌଡିବାକୁ ପଡୁଛି।ଏପରିକି ଯିଏ ହାତଗୁଞା ଦେଉଛି ତାର ତୁରନ୍ତ ଭତ୍ତା ହୋଇଯାଉଥିବା ବେଳେ ଯିଏ ହାତଗୁଞା ଦେଇପାରୁନି ତାର ଆବେଦନ ଫର୍ମଟି ବର୍ଷାଧିକ କାଳ ବ୍ଲକ ରେ ପଡିରହୁଥିବା ଚର୍ଚ୍ଚା ହେଉଛି।ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ବ୍ଲକରେ ବିନା ହାତଗୁଞା ଓ କୁଜିନେତାଙ୍କ ସୁପାରିଶ ବିନା ସାଧାରଣ ଭତ୍ତାଟିଏ ମଧ୍ୟ ହୋଇପାରୁ ନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଏହିପରି ଏକ ଘଟଣା, ଗୋବିନ୍ଦପୁର ପଞ୍ଚାୟତର କିରଣବାଳା କାନ୍ଡି ନାମକ ବୃଦ୍ଧା ଭତ୍ତାଟିଏ ପାଇବା ପାଇଁ ୨୦୧୬ ମସିହାରୁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇ ପାରୁ ନାହାଁନ୍ତି।ଯାହାକି ତାଙ୍କ ଭତ୍ତା ଫର୍ମ ଟି ଆଜି ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ପଡିରହିଥିବା ସୂଚନା ମିଳିଛି।ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ (ଏସ ଇ ଓ)ଙ୍କୁ ହିତାଧିକାରୀ ଏ ବିଷୟରେ ପଚାରିଲେ.ଦେଖିବା,ଫର୍ମ ପଠାଇଦେବି,ହୋଇଯିବ,ଏହିପରି ବେପରୱା ଉତ୍ତର ମିଳୁଥିବା ଅଭିଯୋଗ ହେଉଛି।ସେହିପରି ପିପ୍ପଳମାଧବ ପଞ୍ଚାୟତର ଲକ୍ଷ୍ମୀପ୍ରିୟା ବିଶ୍ବାଳ ନାମକ ଭିନ୍ନକ୍ଷମ ବୃଦ୍ଧା ଭତ୍ତା ଟିଏ ପାଇଁ  ଦୀର୍ଘ ୨ ବର୍ଷ ହେବ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ  ପାଇପାରୁ ନଥିବା ଅଭିଯୋଗ ହୋଇଛି।ବ୍ଳକ ଭତ୍ତା ବିଭାଗ କର୍ମଚାରୀଙ୍କ ଏଭଳି ମନମାନି କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। 

Leave A Reply

Your email address will not be published.