ପଦ୍ମପୁର: ପଦ୍ମପୁର ସହରରେ ପିଇବା ପାଣି ର ସମସ୍ୟା ଦୀର୍ଘଦିନର,ଗତ ଖରା ଦିନରେ ଏହା ଅସହ୍ୟ ହୋଇଥିଲା, ଏମିତି ପରିସ୍ଥିତି କେବେ ଦେଖିନଥିଲୁ ବୋଲି ପଦ୍ମପୁର ବାସୀ କହନ୍ତି, ସାମୟିକ ସମାଧାନ ପାଇଁ ସ୍ଥାନୀୟ ବିଭାଗ ମାନଙ୍କ ତରଫରୁ ଟେଙ୍କର ଯୋଗେ ପାଣି ବିତରଣ କରାଯାଉଥିଲା, ବର୍ଷା ମାସ ଆରମ୍ଭ ହେଲାପରେ ଟେଙ୍କର ବନ୍ଦ କରିଦିଆଯାଇଥିଲା, କିନ୍ତୁ ମେହେରପଡ଼ା ର କିଛି ଅଂଶ କୁ ଏବେ ବି ପାଇପ୍ ଯୋଗେ ପାଣି ବିତରଣ ହେଉନାହିଁ, ସେଥିପାଇଁ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି, ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନାହିଁ, ଏହାଦ୍ବାରା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି, ଆଜି ପଦ୍ମପୁର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ଆଗାମୀ 21 ଅଗଷ୍ଟ ସୁଦ୍ଧା ଏ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାନଗଲେ ଆସନ୍ତା 22 ଅଗଷ୍ଟ ରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବା ପାଇଁ ଚେତାବନୀ ଦିଆଯାଇଛି,ଏ ଅବସରରେ ବିଜେପି ନଗର୍ ସଭାପତି ସୁନିଲ୍ ଅଗ୍ରୱାଲ,8 ନମ୍ବର ଓ୍ବାର୍ଡ କାଉନସିଲର ଶ୍ରୀମତୀ ପ୍ରମିଳା ମେହେର ଏବଂ ପ୍ରହ୍ଲାଦ ମେହେର ମଧ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.