ପଦ୍ମପୁର ସହରର ଝାଙ୍କରପଡା ନିକଟସ୍ଥ ସରକାରୀ ଜମି ଜବରଦଖଲ ଉଛେଦ ଦାବି :ପ୍ରଶାସନ ପାଖରେ ଲିଖିତ ଜଣାଇଲେ ପଡାବାସୀ ।

0

ପଦ୍ମପୁର- ପଦ୍ମପୁର ସହରର ପଦ୍ମପୁର ବରଗଡ଼ ବିଜୁ ଏକ୍ସପ୍ରେସ ଓ୍ବେ ନିକଟବର୍ତ୍ତୀ ଏକ ସରକାରୀ ଜମିକୁ କିଛି ଲୋକ ନିଜ ଆୟତ୍ତକୁ ନେଇ ତାର ଦୁରୁପୋଯୋଗ କରୁଥିବା ବିରୋଧରେ ଆଜି ପଦ୍ମପୁର ଏନଏସିର ଝାଙ୍କରପଡା ବାସୀ ବିରୋଧ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପାଖରେ ଲିଖିତ ଭାବରେ ଜଣାଇଛନ୍ତି । ପଦ୍ମପୁର ଏନଏସି ପଦ୍ମପୁର ମୌଜା ଖାତା ନମ୍ବର ୦୧ ର ପ୍ଳଟ ନମ୍ବର ୫୯୫/୨୬୨୧ ର ୩୫ ଡେସିମିଲ ଜମି ସରକାରୀ ଜମି ଅଟେ । ହେଲେ ଉକ୍ତ ସରକାରୀ ଜମିକୁ ଓ୍ବାର୍ଡ ନମ୍ବର ୦୬ ର ଶ୍ରୀକାନ୍ତ ସାହୁ,ଦେବରାଜ ସାହୁ ଓ ରାଧେଶ୍ୟାମ ସାହୁ ନାମକ ତିନିଜଣ ବ୍ୟକ୍ତି ଦଖଲ କରି ଅସ୍ଥାୟୀ ପାଚେରୀ ଦେଇ ଦୋକାନ ଗୄହ ନିର୍ମାଣ କରୁଛନ୍ତି । ସହର ମଧ୍ୟରେ ସରକାରୀ ଜମି ଗୁଡିକୁ ବେଆଇନ ଭାବରେ ଜବରଦଖଲ ଯୋଗୁଁ ବହୁ ଅସୁବିଧା ଦେଖିବାକୁ ମିଲୁଛି ତେଣୁ ଉକ୍ତ ଜମିକୁ ଜବରଦଖଲକାରୀ ମାନଙ୍କ ଠାରୁ ମୁକ୍ତ କରି ସୁରକ୍ଷା ପାଇଁ ଝାଙ୍କରପଡା ବାସୀ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Leave A Reply

Your email address will not be published.