ଦରିଦ୍ରତାର ନିଚ୍ଛକ ପ୍ରତିଛବି

0

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ତୁମ୍ବାଅଣ୍ଢେଇସାହି ଗ୍ରାମରେ ବାସ କରନ୍ତି ବୃଦ୍ଧ କୃଷ୍ଣଚନ୍ଦ୍ର ସେନାପତି l ବୟସ ପ୍ରାୟ ୮୦ ପାଖାପାଖି l ମୁଲ ଲାଗିବା ଓ ପର ଘରେ କାମ କରିବାକୁ ସେ ସମ୍ପୂର୍ଣ ଅସମର୍ଥ l ରୋଜଗାର କହିଲେ ମାସିକ ଭର୍ତ୍ତା ଓ ରେସନ କାର୍ଡ ରେ ମିଳୁଥିବା ୫ କେଜି ଚାଉଳ l ଦେହ ଭଲ ଅଛି ତ ନିଜ ହାତରେ ରୋଷେଇ କରି ଖାଆନ୍ତି ନହଲେ ଗାଁ ରେ ଲୋକମାନେ ଯାହା ଦିଆନ୍ତି ସେଥିରେ ସୁଖେ ଦୁଃଖେ ଖାଇ ପିଇ ଚଳିଥାନ୍ତି l ବାସ ଗୃହ କହିଲେ ପଲିଥିନ ଘେରା ଏକ ଗୃହ l ଆମ ଲୋକ ପ୍ରତିନିଧି ସୁମନ୍ତ କୁମାର ଦାସ ନିଜ କାମରେ ଯାଉଥିଲା ବେଳେ ଦୃଷ୍ଟି ରେ ପଡିଥିଲା ଏହି ପଲିଥିନ ଘେରା ଘର ଟି l ଭିତରକୁ ଯାଇ ଦେଖିଲେ ସେହି ଘରେ ରୋଷେଇ, ଶୋଇବା ଓ ଖାଇବା ସେହି ଘରେ ସବୁ କରୁଛନ୍ତି ଵୃଦ୍ଧା ଜଣକ l ତାଙ୍କୁ ପଚାରି ବୁଝିଲା ବେଳକୁ ସେ ତାଙ୍କ ପରିଚୟରେ କୃଷ୍ଣଚନ୍ଦ୍ର ସେନାପତି ବୋଲି କହିଥିଲେ l ଓ ତାଙ୍କ ସଂଘର୍ଷ ମୟ ଜୀବନର କରୁଣ କାହାଣୀ କୁ ବଖାଣି ଥିଲେ ଆମ ପ୍ରତିନିଧି ସୁମନ୍ତ କୁମାର ଙ୍କ ପାଖରେ l ତାଙ୍କ ହସଖୁସିର ପରିବାରରେ ଥିଲେ ତାଙ୍କ ପୁଅ ଓ ସ୍ତ୍ରୀ l କିନ୍ତୁ ଭାଗ୍ୟର ଖେଳ କି ଭଗବାନଙ୍କ ଦାଉ କିଏ କହିପାରିବ l ପୁଅର ଅକାଳ ବିୟୋଗ ଯେମିତି କୃଷ୍ଣଚନ୍ଦ୍ର ଙ୍କ ପାଦତଳୁ ମାଟି ଖସାଇ ଦେଇଥିଲା l ହେଲେ ନିଜ ସ୍ତ୍ରୀ ଙ୍କ ସହିତ ରହି ସେ ଦୁଃଖ କୁ ଭୁଲିଲା ବେଳକୁ ସାତ ଜନ୍ମ କୁ କଥା ଦେଇ ହାତ ନଛାଡ଼ିଥିବା କହିଥିବା ଜୀବନ ସାଥି ବା ତାଙ୍କ ସ୍ତ୍ରୀ ଭୟଙ୍କର ମହାମାରୀ କରୋନାର ଶିକାର ହୋଇ ଚାଲିଗଲେ ଆରପାରିକୁ l ସେତବେଳେ ତାଙ୍କୁ ଯେମିତି ଲାଗିଥିଲା ମୁଣ୍ଡ ଉପରୁ ଆକାଶଟି ଛିଡି ପଡୁଛି l ଏତେ ଅସହାୟ ମଧ୍ୟରେ ତଥାପି ଅଣ୍ଟାଭିଡି ଛିଡା ହୋଇଛନ୍ତି ବୃଦ୍ଧ କୃଷ୍ଣଚନ୍ଦ୍ର ସେନାପତି l ଯେମିତି ଦାରିଦ୍ରତାର ନିଚ୍ଛକ ପ୍ରତିଛବି ! ଆମ ପ୍ରତିନିଧି ବୃଦ୍ଧ ଜଣକ ଙ୍କର ଦୁଃଖଭରା କରୁଣ କାହାଣୀ ଶୁଣି ସରକାର ଙ୍କୁ ନିବେଦନ କରିଛନ୍ତି ଯେ ତାଙ୍କୁ ବାସଗୃହ ସହିତ କିଛି ସରକାରୀ ସହାୟତା ମିଳୁ l

Leave A Reply

Your email address will not be published.