ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ୩୮ ପ୍ରତିଶତ ବୃଦ୍ଧି

0

ଭୁବନେଶ୍ୱର: ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।
ପୂର୍ବରୁ ଗୃହରକ୍ଷୀ ମାନଙ୍କୁ Duty Call up allowance ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସେମାନଙ୍କ call up allowance ଭାବରେ ମାସିକ ୧୨,୪୮୦ ଟଙ୍କା ମିଳିବ। ଏତଦ୍‌ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍‌ ମିଳିବ।

Leave A Reply

Your email address will not be published.