ଭଞ୍ଜନଗର,ନିଲୁ ବିଷୋୟୀ : ଭଞ୍ଜନଗର ସ୍ଥିତ ଡିହପଢ଼ାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ସଦସ୍ୟ ଡ଼.ବିନାୟକ ଦାସ ଉଦ୍ ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଉପ ସଭାପତି ଶ୍ରୀ ଲିଙ୍ଗରାଜ ଗୌଡ଼ ଯୋଗଦେଇଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ,ସମ୍ପାଦକ ପଦ୍ମନାଭ ପ୍ରଧାନ ,ଦକ୍ଷିଣ ପୂର୍ବ ସଂଭାଗ ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,କନ୍ଧମାଳ ଜିଲ୍ଲା ନିରୀକ୍ଷକ ଶ୍ରୀ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।୨ ଦିନ ବ୍ୟାପି ଚାଲିବାକୁ ଥିବା ଏହି ବୈଠକ ରେ କନ୍ଧମାଳ ଜିଲ୍ଲାର ୨୩ ଟି ବିଦ୍ୟାଳୟରୁ ୪୬ଜଣ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.