କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡା ପଞ୍ଚାୟତରେ ଲାଗିରହିଥିବା ଡାଇରିଆ ଅଞ୍ଚଳକୁ ଆଜି ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି ।ସେ ପ୍ରଥମେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡାଇରିଆ ରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ରୋଗୀ ମାନଙ୍କ ସହ ସାକ୍ଷାତ କରି ଚିକିତ୍ସା ବିଷୟରେ ପଚାରିବୁଝିଥିଲେ। ଡାକ୍ତର ସତ୍ୟଜିତ ବେହେରା ଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ସିକରପାଇ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ପରେ ବୁଡ଼ାଗୁଡା ପଞ୍ଚାୟତର ଡାଇରିଆ ହୋଇଥିବା ଗୁରୁତୁଲୀ ଗାଁ କୁ ଯାଇ ସମସ୍ତ ବିଷୟ ଦେଖିବା ପରେ ସେଠାର ଲୋକମାନଙ୍କୁ ପାଣି ଫୁଟାଇ ଥଣ୍ଡା କରି ବ୍ୟବହାର କରିବା, ସାବୁନରେ ହାତ ଧୋଇବା ,ପ୍ରଚୁର ପରିମାଣରେ ପାଣି ପିଇବା, ଗରମ ଖାଦ୍ୟ ଖାଇବା ଭଳି ବିଭିନ୍ନ ବିଷୟରେ ସଚେତନତା କରିଥିଲେ ।ମନ୍ତ୍ରୀ ଙ୍କ ଗସ୍ତ ସମୟରେ ବିଡ଼ିଓ ତାପସ କୁମାର ଭୋଇ,ଏସ ଆଇ ସଞ୍ଜୟ କୁମାର ମୁର୍ମୁ, ବ୍ଲକ ବିଜେଡି ଦଳର ସଭାପତି ସୁନ୍ଦର ରାଓ ବାଗ, ଏମ୍ ଧର୍ମେନ୍ଦ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟା ,ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିବା ଦେଖିବା କୁ ମିଳିଛି।
Sign in
Sign in
Recover your password.
A password will be e-mailed to you.