ରାଜଵୋଡାସମ୍ବର ସମିତି ସଭ୍ୟ ସଂଘର ବୈଠକ ଅନୁଷ୍ଠିତ ।

0

ପଦ୍ମପୁର- ରାଜଵୋଡାସମ୍ବର ବ୍ଲକ ବୁଡାମାଲ ପଂଚାୟତ କାର୍ୟଳୟରେ ବ୍ଲକର ସମିତି ସଭ୍ୟ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତଥା ମେଳଛାମୁଣ୍ଡା ସମିତି ସଭ୍ୟ ଠାକୁର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହାଙ୍କ ସମେତ ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ । ଏହି ବୈଠକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବାରିହାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରାଯିବା ସହ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା । ସଭା ଶେଷରେ ଯମଲା ସମିତି ସଭ୍ୟା ପୁଷ୍ପାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.