ଚିଲିକା /ଖୋର୍ଦ୍ଧା(ସେକ କୌଶର):ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଅନ୍ତର୍ଗତ ନାଚୁଣି ପଞ୍ଚାୟତରେ ଆରମ୍ଭ ହେଲା ମିଶନ ଶକ୍ତି ଗୃହ ଉଦଘାଟନ । ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ମା ମାନେ ସରକାଙ୍କ ଋଣ ନେଇ ବିଭିନ୍ନ ଉପାୟରେ ହେଉଛନ୍ତି ସ୍ୱାବଲମ୍ଭି। ସେହିଭଳି ଆଜି ଏସଜି ଗ୍ରୁପର ନାଚୁଣି ପଞ୍ଚାୟତ ପେସିଡେଣ୍ଟ କଳ୍ପନା ସେଣ୍ ଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ୍ବ ମହିଳା ଉପସ୍ଥିତ ଥିଲେ । ମିଶନ ଶକ୍ତି ଗୃହର ବ୍ଲକ ବିଡ଼ିଓ ପ୍ରଦୂମ୍ମ କୁମାର ନାୟକ ଉଦଘାଟନ କରିଥିଲେ । ଆଜି ଏହି ମିଶନ ଶକ୍ତି ଗୃହରେ ଉପସ୍ଥିତ ଥିବା ଏମବିକେ ଝାଂନସି ମହାରଣା, ସେକେଟ୍ରାରି ସସ୍ମିତା ବେହେରା,ବ୍ୟାଙ୍କ ମିତ୍ର ବନିତା ପଲାଇ, ନାଚୁଣି ସରପଞ୍ଚ ସ୍ବପ୍ନଞ୍ଜଳି ପଲାଇ ପଞ୍ଚାୟତ ପିଇଓ ରାଜକିଶୋର ଖଟେଇ, ବିପିଏମ ଶିବସୁନ୍ଦର ଜାଲି,ବିଏଲସି ଗୋପାଳ ବେହେରା, ଉଦଘାଟନ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ନାଚୁଣି ପଞ୍ଚାୟତ ଅଞ୍ଚଳରେ ମୋଟ ୧୬୦ ଏସଏଜି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମା ମାନେ ଏବେ ମିଶନ ଶକ୍ତି ଗୃହକୁ ଆସି ପାରିବେ ।ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣି ପଞ୍ଚାୟତ ବିଜେଡ଼ିର ମୁଖ୍ୟ ଭାବେ ଆଗ ଧାଡିରେ ଠିଆ ହୋଇ କାର୍ଯ୍ୟ କରୁଥିବା ମହିଳା କଳ୍ପନା ସେଣ୍ ଏବେ ସମସ୍ତ ୧୬୦ ଏସଏଜି ମହିଳା ଗ୍ରୁପର ଅଧିକରୁ ଅଧିକ ଦାଇତ୍ଵ ନେଇ ମହିଳା ମାନଙ୍କୁ ସ୍ୱାବଲମ୍ଭି କରିବା ପାଇଁ ଆଗେଇ ଆସିଛନ୍ତି । ବଡ଼ କଥା ହେଲା ବାଣପୁର ବ୍ଲକ ନାଚୁଣି ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରଥମ ମିଶନ ଶକ୍ତି ଗୃହ ଉଦଘାଟନ କରାଯାଇଛି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି ।ଆଜି ନାଚୁଣି ପଞ୍ଚାୟତ ରେ ଶହେରୁ ଉର୍ଦ୍ଧ୍ବ ମହିଳା ଆଜି ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.