ଦିବ୍ୟାଙ୍ଗ ମାନଙ୍କ ପାଇଁ ଦେବଦୂତ ସାଜିଲେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା: ନିଜସ୍ୱ ପାଣ୍ଠି ରୁ ୧୫ଜଣ ଦିବ୍ୟାଙ୍ଗ ଙ୍କୁ ବଣ୍ଟନ କଲେ ତିନିଚକିଆ ସ୍କୁଟି ।

0

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ଉତ୍ତମ ନିଆରା ଚିନ୍ତାଧାରା ନେଇ ସତେଯେପରି ସମସ୍ତଙ୍କ ପାଇଁ ଦେବଦୂତ ସାଜି ଆଜି ପୁର୍ବତନ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କ ନିଜସ୍ୱ ପାଣ୍ଠିରୁ ୧୫ ଜଣ ଦିବ୍ୟାଙ୍ଗ ମାନଙ୍କୁ ତିନିଚକିଆ ସ୍କୁଟି ଗାଡି ପ୍ରଦାନ କରିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଡାକବଙ୍ଗଳା ପରିସରରେ ବିଧାୟକ ପ୍ରତାପ ଜେନା ଉପସ୍ଥିତ ରହି ୧୫ ଜଣ ଦିବ୍ୟାଙ୍ଗ ମାନଙ୍କୁ ତିନିଚକିଆ ଗାଡି ବଣ୍ଟନ କରିବା ସହିତ ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଯାହାକିଛି ସହଯୋଗ ର ଆଵଶ୍ୟକତା ପଡିବ ତାହାକୁ ମଧ୍ୟ ଯୋଗାଇଦେବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠି , ଉପାଧକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର,ବିଧାୟକ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାସଙ୍କର ବିଶ୍ୱାଳ, ଜିଲ୍ଲା ପରିଷଦ ଜସ୍ମିତା ସେଠୀ, ଭୂପତି ଭୁଷଣ ସଣ୍ଡ, ବିପ୍ଳବ କାପ, ଯୁବନେତା ବ୍ରଜମୋହନ ପଣ୍ଡା , ପ୍ରମୋଦ କୁମାର ସ୍ୱାଇଁ , ଯୁବ ଛାତ୍ର ସଭାପତି ସୁଶାନ୍ତ ନାୟକ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳର ସମସ୍ତ କର୍ମୀମାନେ ଉପସ୍ଥିତ ରହିଥିଲେ । ତେବେ ବିଧାୟକ ପ୍ରତାପ ଜେନା ଦିବ୍ୟାଙ୍ଗମାନଙ୍କ ଦୁଃଖ ବୁଝିପାରି ସେମାନଙ୍କୁ ସହଯୋଗର ହାତ ବଢାଇଥିବାରୁ ସମସ୍ତ ଦିବ୍ୟାଙ୍ଗମାନେ ବିଧାୟକ ଶ୍ରୀ ଜେନାଙ୍କୁ ସାଧୁବାଦ ଜଣାଇଛନ୍ତି । ଏପରିକି ଦିବ୍ୟାଙ୍ଗମାନେ ଏହି ତିନିଚକିଆ ଗାଡି ଯୋଗେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ଯାହାପାଇଁ ସମସ୍ତ ଦିବ୍ୟାଙ୍ଗମାନେ ବିଧାୟକଙ୍କ ଏଭଳି ସହଯୋଗ କୁ କେବେବି ଭୁଲିପାରିବେ ନାହଁ ବୋଲି ପ୍ରକାଶ କରିଛନ୍ତି ଏବଂ ଏହି ସହଯୋଗ ପାଇଁ ଚିରଦିନ ବିଧାୟକ ଙ୍କ ନିକଟରେ ରୁଣୀ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି ।

ଗାଡି ପାଇଥିବା ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଦାଉଦପୁର ପଞ୍ଚାୟତର ଅଚ୍ୟୁତାନନ୍ଦ ମହାନ୍ତି, ସତ୍ୟଭାମା ସ୍ୱାଇଁ, ନତକାଇ ସୁଶାନ୍ତ ମଲିକ, ବିଶ୍ୱନାଥ ସାହୁ, କେଣ୍ଟାଳ ଦେବାଶିଷ ରାଉତ, ଖଣ୍ଡସାହି ଅନନ୍ତ କିଶୋର ଦାସ, ସୁକରପଡା ଏସ କେ ବେଲାଲ ଉଦିନ, ଅସୁରେଶ୍ୱର ପୂଜା ସାହୁ , କଟରପଡା ଚନ୍ଦନ ସାମଲ, ସୁଶାନ୍ତ ନାୟକ, କେଣ୍ଟାଳ ଅନୀଲ ମହାନ୍ତି, କୁସୁମଣ୍ଡଳ ନିରଞ୍ଜନ ବାରିକ, ତରତଶାସନ ଗୌତମ ନାୟକ , କେଣ୍ଟାଳ ରଞ୍ଜନ ମଲିକ, ଓରତି ଉମାକାନ୍ତ ନନ୍ଦ ପ୍ରମୁଖ ଙ୍କୁ ତିନିଚକିଆ ସ୍କୁଟି ଗାଡି ବିଧାୟକ ପ୍ରତାପ ଜେନାଙ୍କ ନିଜସ୍ୱ ପାଣ୍ଠିରୁ ବଣ୍ଟନ କରାଯାଇଛି । ତେବେ ଏଭଳି କାର୍ଯ୍ୟ ପାଇଁ ସାରା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଆଜି ବିଧାୟକ ଶ୍ରୀ ଜେନାଙ୍କର ବିକାଶର ଗାଥା ଗାଉଥିବାର ଜଣାଯାଇଛି ।

Leave A Reply

Your email address will not be published.