ଛତିଶଗଡ଼ ଚାଲାଣ ହେଉଥିବା ଚାଉଳ ବୋଝେଇ ମିନି ଟ୍ରକ ଜବତ

0

୨୦ ହଜାର ଟଙ୍କା ବଲାଙ୍ଗୀର ବାଣିଜ୍ୟ କର ବିଭାଗ ଦ୍ଵାରା ଜରିମାନା ଆଦାୟ ପରେ ମିନି ଟ୍ରକ କୁ ଛାଡିଲା ଡୁଙ୍ଗୁରିପାଲି ପୋଲି

ଡୁଙ୍ଗୁରିପାଲି : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ଛତିଶଗଡ଼ ଚାଲାଣ ହେଉଥିବା ଚାଉଳ ବୋଝେଇ ମିନି ଟ୍ରକ ଜବତ ଘଟଣାର ଚାଲାଣ କରୁଥିବା ମାଲିକ ଙ୍କ ଉପରେ ୨୦ ହଜାର ଟଙ୍କା ବାଣିଜ୍ୟ କର ବିଭାଗ ଦ୍ଵାରା ଜରିମାନା ଆଦାୟ ପରେ ଡୁଙ୍ଗୁରିପାଲି ପୋଲିସ ଗାଡ଼ି କୁ ଛାଡି ଦେଇ ଥିବା ଜଣାପଡିଛି| 
ସୂଚନା ଅନୁଯାଇ ଗତ ଗୁରୁବାର ୨୮ ତାରିଖ ରାତି ୯ ସମୟରେ ଡୁଙ୍ଗୁରିପାଲି ପାଟ୍ରୋଲିଂ ପୋଲିସ ଜାତୀୟ ରାଜପଥ ଏନଏଚ ୨୬ର ଶିଶୁ ମନ୍ଦିର ଛକ ରୁ ବୈଦୁପାଲି ରାସ୍ତା ମଝି ରେ ଯାଉଥିବା ଏକ ଚାଉଳ ବୋଝେଇ ମିନି ଟ୍ରକ (ସିଜି ୦୪ଏମଏଲ -୮୪୬୧)କୁ ସନ୍ଧେହ ରେ ଅଟକାଇଥିଲେ | ଡ୍ରାଇଭରଙ୍କୁ ଗାଡ଼ିରେ ଥିବା ଚାଉଳ ସମ୍ପର୍କରେ ପଚାରିବାରୁ କୌଣସି ସନ୍ତୋଷଜଣକ ଉତ୍ତର ଦେଇ ପାରି ନ ଥିଲେ | ତେବେ ଏହା ପିଡିଏସ ଚାଉଳ ସନ୍ଧେହ କରି ପୋଲିସ ଯୋଗାଣ ବିଭାଗ ଖବର ଦେଇଥିଲା | ଶୁକ୍ରବାର ସକାଳେ ଡୁଙ୍ଗୁରିପାଲି ବ୍ଲକ ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ଘଟଣାସ୍ଥଳରେ ପହଂଚି ଥିଲେ | ଚାଉଳ ସବୁ ଜରି ପ୍ୟାକେରେ ଭର୍ତ୍ତି ହୋଇ ଥିବା ଦେଖି ଏହା ପିଡିଏସ ସାମଗ୍ରୀ ନୁହେଁ ବୋଲି ଯୋଗାଣ ନିରୀକ୍ଷକ କହିଥିଲେ | ପିଡିଏସ ବସ୍ତା ରେ ଏକ ଷ୍ଟିକର ଚି଼ହ୍ନ ରହେ ଓ ପଂଚାୟତ କୁ ଯାଉଥିବା ଚାଉଳ ବସ୍ତା ଅଲଗା ରହେ ବୋଲି କହିଥିଲେ | ତେବେ ଏହା କୁ ନେଇ ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ବଲାଙ୍ଗୀର ବାଣିଜ୍ୟ କର ବିଭାଗ କୁ ଖବର ଦେଇ ଥିଲେ | ଚାଉଳ ବୋଝେଇ ମିନି ଟ୍ରଜ ଜବତ ସହ ଡ୍ରାଇଭ କୁ ଥାନାରେ ଅଟକ ରଖାଯାଇଥିଲା| ବାଣିଜ୍ୟ କର ବିଭାଗ ର ଏନ ଫୋରସମେଣ୍ଟ ସ୍ୱର୍ଟ (ୟୁନିଟ )ବଲାଙ୍ଗୀର ରୁ ଆସିଥିଲେ | ଦ୍ରବ୍ୟ ଓ ସେବା କର (ଜିଏସଟି ) ଫାଙ୍କି ଥିବା ପ୍ରମାଣ ମିଳିବାରୁ ବିନା କାଗଜ ପତ୍ର ରେ ଦ୍ରବ୍ୟ ଚାଲାଣ ହେଉଥିବାରୁ ମାଲିକ ଅନୁପ ଅଗ୍ରୱାଲ ଙ୍କ ଠାରୁ ଦ୍ରବ୍ୟ ଓ ସେବା ଆଇନ ଅନୁଯାଇ ୨୦ ହଜାର ଟଙ୍କା ବଲାଙ୍ଗୀର ବାଣିଜ୍ୟକର ବିଭାଗ ର ଆସିଷ୍ଟାଣ୍ଡ କମିଶନର ଜରିମାନା ଆଦାୟ କରି ଚାଉଳ ବୋଝେଇ ତିନି ଟ୍ରକକୁ ଛାଡି ଦେଇ ଥିବା ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ପ୍ରକାଶ କରିଥିଲେ ।

Leave A Reply

Your email address will not be published.