(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶମୂଳକ ଯୋଜନା ମଧ୍ୟରେ ୫ଟି ଯୋଜନା ରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ ଯୋଜନା ଅତ୍ୟନ୍ତ ଉଚ୍ଚକୋଟିର । ଏହି ଯୋଜନାରେ ମାହାଙ୍ଗା ବ୍ଲକ ଅଞ୍ଚଳର ବହୁ ବିଦ୍ୟାଳୟକୁ ସାମିଲ କରାଯାଇଛି । ଆଉ ଏହି ବିଦ୍ୟାଳୟ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ବିଦ୍ୟାଳୟ ଗୁଡିକର କାର୍ଯ୍ୟକୁ ସମୀକ୍ଷା କରିବା ସହ ଯେପରି ଏହି ବିଦ୍ୟାଳୟ ଗୁଡିକର ଉନ୍ନତିମୂଳକ କାର୍ଯ୍ୟ ଖୁବ ଶ୍ରୀଘ୍ର ଶେଷ ହେବ ସେ ନେଇ ବିଶେଷ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମେତ ବହୁ ବିଦ୍ୟାଳୟକୁ ଗ୍ରସ୍ତ କରି 5T ରୂପାନ୍ତରିତ କାର୍ଯ୍ୟ ରେ ସାମିଲ ହୋଇଥିବା ବିଦ୍ୟାଳୟ ର ଉନ୍ନତିମୂଳକ କାର୍ଯ୍ୟ କୁ କିପରି ଅଗ୍ରଗତି କରାଯିବ ସେ ନେଇ ସମୀକ୍ଷା କରିଥିଲେ । ସେହିପରି ଭାବେ ଜୟପୁର ଜଗନ୍ନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ସରକାରଙ୍କ ଦ୍ଵାରା ନବକଳେବର ନୂତନ ଗୃହ କାର୍ଯ୍ୟର ସମୀକ୍ଷା କରିବା ସହ ଶେଷ ପର୍ଯ୍ୟାୟରେ ବିଭାଗୀୟ ଅଧିକାରୀ ଏବଂ ମେଡିକାଲ ଅଫିସର ଙ୍କ ଉପସ୍ଥିତିରେ ଗୃହକାର୍ଯ୍ୟ ଓ ମେଡିକାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ଦିପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି,ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ , ଶିକ୍ଷୟତ୍ରୀ, ମେଡ଼ିକାଲ କର୍ମଚାରୀ, ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ । ତେବେ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ ପାଇଁ ଏହା ସମ୍ଭବ ହେବାକୁ ଯାଉଥିବାରୁ ବିଦ୍ୟାଳୟ ପରିଚାଳନା କମିଟି, ମେଡ଼ିକାଲ କର୍ମଚାରୀ ଓ ଗ୍ରାମବାସୀ ମାନଙ୍କ ତରଫରୁ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.