କୀଟନାଶକ ଔଷଧ ଖାଇ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ /ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ହରିଜନ ସାହିର ଚକ୍ର ବେନିଆ ଙ୍କ ବିବାହ ଝିଅ ଦୁର୍ପତି ନାଗ (୨୫)କୀଟନାଶକ ଔଷଧ ଖାଇ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।ମୃତ ଝିଅର ମା କହିବା ଅନୁଯାୟୀ ଆଜି ସକାଳୁ ମୃତ ଝିଅ ଦୁପତି ବିଲରେ ରୁଆ କରିବାକୁ ଯାଇଥିଲା ।ସେଠାରେ ତାର ମୁହଁ ବୁଲେଇଲା । ରୁଆ ସାରି ଅପରାହ୍ନ ରେ ଘରକୁ ଆସିବା ବେଳେ ପୁଣି ମୁହଁ ବୁଲାଇବାରୁ ପଡିଯାଇଥିଲା ।ପାଖରେ ଥିବା ଲୋକମାନେ ପରିବାରକୁ ସୂଚନା ଦେଇଥିଲେ ।ଉକ୍ତ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ଝିଅ ର ଦେହ ଔଷଧ ଗନ୍ଧ ହେଉଥିବାରୁ ମା ତେନ୍ତୁଳି ପାଣି ପିଆଇଥିଲେ ।ପ୍ରଚୁର ପରିମାଣରେ ପରିସ୍ରା ହେବା ପରେ ରୋଗିବୁହା ଗାଡିକୁ ଯୋଗାଯୋଗ କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଉକ୍ତ ଖବର ସ୍ଥାନୀୟ ପୁଲିସ ଜାଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ଅପମୃତ ମାମଲା ରୁଜୁ କରିଥିଲେ ।ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।ମୃତ ମହିଳାଙ୍କ ଏକ ବର୍ଷର ଯାଆଁଳା କନ୍ୟା ରହିଛନ୍ତି ।ସ୍ୱାମୀ କୁଣ୍ଡୁ ନାଗ ଦାଦନ କରିବାପାଇଁ ବାହାର ରାଜ୍ୟକୁ ଯାଇଥିବା ପରିବାର ଲୋକେ ସୂଚନା ମିଳିଛି। ମହିଳାଙ୍କ ମୃତ୍ୟୁ ର କାରଣ ଅସ୍ୱଷ୍ଟ ।

Leave A Reply

Your email address will not be published.